Home ଦେଶ ବିଦେଶ ଆମେରିକାର ଏହି ନିଷ୍ପତ୍ତିରେ ଭାରତକୁ କ୍ଷତି

ଆମେରିକାର ଏହି ନିଷ୍ପତ୍ତିରେ ଭାରତକୁ କ୍ଷତି


ନୂଆଦିଲ୍ଲୀ: ପ୍ରବାସୀଙ୍କ ପାଇଁ ଲାଗୁ ହୋଇଥିବା H-1B, H-2B,J, L ଏବଂ ଅନ୍ୟ ଅସ୍ଥାୟୀ ଅନୁମତି ପତ୍ରକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ରଦ୍ଦ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏନେଇ ମଙ୍ଗଳବାର ଷୋଷଣା କରିଛନ୍ତି ଟ୍ରମ୍ପ।

 ଜୁନ୍‌ ୨୪ ତାରିଖ ଠାରୁ ଏହା ଲାଗୁ ହେବ। ଆମେରିକା ନାଗରିକଙ୍କ ପାଇଁ ବଢ଼ୁଥିବା ବେକାରୀ ସମସ୍ୟା ଯୋଗୁ ଟ୍ରମ୍ପ ଏପରି ନଷ୍ପିତ୍ତି ନେଇଥିବା କହିଛନ୍ତି। ୨୦ ମିଲିୟିନ ଆମେରିକୀୟ ଚାକିରି ହରାଇଛନ୍ତି। ସେମାନଙ୍କ କାମ ଯୋଗା ଦେବାକୁ ଏପିର ନିଷ୍ପତ୍ତି ନିଆଯାଇଛି ବୋଲି ଟ୍ରମ୍ପ କହିଛନ୍ତି।

 

ଟ୍ରମ୍ପଙ୍କର ଏହି ନିଷ୍ପତ୍ତିକୁ ଅନେକ ଆମେରିକୀୟ ଟେକ୍ନୋଲୋଜୀ ଅଭିଜ୍ଞ ସମାଲୋଚନା କରିଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ଅନେକ ଅର୍ଥନୀତି ଆହୁରି ଦୁର୍ବଳ ହେବା ସହିତ ନୂତନ ଆବିଷ୍କାର କ୍ଷେତ୍ରରେ ପ୍ରତିବନ୍ଧକ ସାଜିବା ବୋଲି ସେମାନ କହିଛନ୍ତି। ଗୁଗଲ ସିଇଓ ସୁନ୍ଦର ପିଚାଇ ମଧ୍ୟ ଏହି ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

 

ଟ୍ରମ୍ପଙ୍କର ଏହି ପଦକ୍ଷେପରେ ଆମେରିକାରେ ଥିବା ଭାରତୀୟ ଆଇଟି ସେବା ମଧ୍ୟ ପ୍ରଭାବିତ ହେବ। ବିଦେଶୀ ଆଇଟି ପାଇଁ ଉଦ୍ଧିଷ୍ଟ H-1Bକୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ରଦ୍ଦ କରିବା ଭାରତୀୟ ଆଇଟି ସେବା ପାଇଁ ଶକ୍ତ ଧକ୍କା ହୋଇପାରେ। ଆମେରିକା H-1Bକୁ ଭିସା ଅଧିକାରରେ ପ୍ରାୟ ୭୦ ପ୍ରତିଶତ ଭାରତୀୟ ଆମେରିକାରେ ଥିବା ତାଙ୍କ ଆଇଟି ଫାର୍ମରେ କାର୍ଯ୍ୟ କରୁଛନ୍ତି। ଏହା ନୂଆ ପାସ୍‌ଆଉଟ୍‌ ହୋଇଥିବା ଭାରତୀୟ ଚାକିରି ଆଶାୟୀଙ୍କ ପାଇଁ ଖରାପ ଖବର। ଏହାଦ୍ୱାରା ସେମାନେ ଆମେରିକାରେ ରହି କାର୍ଯ୍ୟ କରିବାରେ ସୁଯୋଗ ପାଇବେ ନାହିଁ। ଫଳରେ ସେଠାରେ ଥିବା ଭାରତୀୟ ଆଇଟି କମ୍ପାନୀ ଯଥା-ଟିସିଏସ୍‌ ଓ ଇନ୍‌ଫୋସିସ୍‌ ଆଦି କ୍ଷତିଗ୍ରସ୍ତ ହେବେ। ଭାରତରେ ବେରଜଗାରୀ ବଢ଼ିବ।

 

ଆହୁରି ପଢ଼ନ୍ତୁ