Home ଖେଳ ଆମ୍ବେଦକରଙ୍କ ବିରୋଧରେ ପାଣ୍ଡ୍ୟାଙ୍କ ଟୁଇଟର୍‌ ଏବେ ନୂଆ ମୋଡ଼

ଆମ୍ବେଦକରଙ୍କ ବିରୋଧରେ ପାଣ୍ଡ୍ୟାଙ୍କ ଟୁଇଟର୍‌ ଏବେ ନୂଆ ମୋଡ଼

0

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଆପତ୍ତିଜନକ ମନ୍ତବ୍ୟ ଦେଇ  ଆଡୁଆରେ ପଡ଼ିଥିବା କଥା ସାରା ଦେଶରେ ଚର୍ଚ୍ଚା ହୋଇଥିବା ବେଳେ ଏହି ଘଟଣା ଏବେ ଅନ୍ୟ ମୋଡ଼ ନେଇଛି। ସୂଚନା ମୁତାବକ ଆମ୍ବେଦକରଙ୍କ ବିରୋଧରେ ପୋଷ୍ଟ୍‍ ହୋଇଥିବା ଟୁଇଟର୍‌ ଆକାଉଣ୍ଟ୍‌ଟି ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ନୁହେଁ, ଏହା ଏକ ନକଲି ଆକାଉଣ୍ଟ୍‌। ଆମ୍ବେଦକରଙ୍କ ବିରୋଧରେ ପୋଷ୍ଟ୍‍ ହୋଇଥିବା ଆକାଉଣ୍ଟ୍‌ଟି @sirhardik3777 ହୋଇଥିବା ବେଳେ ବାସ୍ତବରେ ପାଣ୍ଡ୍ୟାଙ୍କ ଆନୁଷ୍ଠାନିକ ଆକାଉଣ୍ଟ୍‌ ହେଉଛି @hardikpandya7। ଯାହାବି ହେଉ ନକଲି ବୋଲି ସନ୍ଦେହ କରାଯାଉଥିବା ଟୁଇଟର୍‌ ଆକାଉଣ୍ଟ୍‌ଟି ଏବେ ସୁଦ୍ଧା ଡିଲିଟ୍‌/ଡିଆକ୍ଟିଭେଟ୍‌ ହୋଇଯାଇଛି।

୨୦୧୭ ଡିସେମ୍ବର ୨୬ରେ ଟ୍ଵିଟ୍‌ କରି ପାଣ୍ଡ୍ୟା କହିଥିଲେ, ଆମ୍ବେଦକର କିଏ? ଯାହାଙ୍କ ପ୍ରସ୍ତୁତ ଆଇନ ଓ ସମ୍ବିଧାନ ଯୋଗୁଁ ଦେଶରେ ସଂରକ୍ଷଣ ରୂପକ ବ୍ୟାଧି ସମଗ୍ର ଦେଶରେ ବ୍ୟାପି ଯାଇଛି। ମେଘଓ୍ଵାଲ କହିଛନ୍ତି ଯେ ପାଣ୍ଡ୍ୟାଙ୍କ ଏହି ମନ୍ତବ୍ୟ ଘୃଣା ଓ ବିଦ୍ୱେଷ ମନୋଭାବ ଆଣିବା ସହିତ ଦେଶରେ ଭେଦଭାବ ସୃଷ୍ଟି କରିବ। ଜଣେ ଭଲ ଖେଳାଳି ହେଁ ଏପରି ମନ୍ତବ୍ୟ ତାଙ୍କୁ ମହଙ୍ଗା ପଡ଼ିବ ବୋଲି କହିଛନ୍ତି। ମେଘଓ୍ଵାଲଙ୍କ ଦ୍ୱାରା ରୁଜୁ ମାମଲାର ବିଚାର କରି ଅଦାଲତ ପୁଲିସକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମରେ ଏଫଆଇଆର ଜାରି ଲାଗି ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here