Home ଓଡିଶା ‘ଆମ ଗାଁ, ଆମ ବିକାଶ’ ଯୋଜନାର ଶୁଭାରମ୍ଭ କଲେ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

‘ଆମ ଗାଁ, ଆମ ବିକାଶ’ ଯୋଜନାର ଶୁଭାରମ୍ଭ କଲେ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ସମଗ୍ର ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳିତ ହେଉଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟ ଠାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ‘ଆମ ଗାଁ ,ଆମ ବିକାଶ’ ଯୋଜନାର ଶୁଭାରମ୍ଭ କରିଛନ୍ତି I ଗାଁର ବିକାଶ ଲାଗି କ’ଣ ସବୁ କାର୍ଯ୍ୟ କରାଯାଇପାରିବ ସେ ନେଇ ଲୋକଙ୍କ ସହ କଥା ହୋଇ  ପ୍ରକଳ୍ପଗୁଡିକର ସର୍ବନିମ୍ନ ମୂଲ୍ୟ ୧ ଲକ୍ଷରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରହିବ। ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ସୋମବାର ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି I ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯାଜପୁର ଜିଲ୍ଲାର ଖଇରାବାଦ ପଞ୍ଚାୟତ, ସମ୍ବଲପୁର ଜିଲ୍ଲାର ଶାସନ ପଞ୍ଚାୟତ, ଗଞ୍ଜାମର ସାନକୁଦ ଓ କୋରାପୁଟର ନାରାୟଣପାଟଣା ପଞ୍ଚାୟତର ୩୨ ପ୍ରକଳ୍ପ ପାଇଁ୨ କୋଟି ଟଙ୍କା ମଞ୍ଜୁର କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହିତ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ମଧ୍ୟ ଉପସ୍ଥିତ ରହି ଲୋକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥଲେ