Home ଓଡିଶା ଆରମ୍ଭ ହେଲା ‘ଖୁସି’ ଯୋଜନା: ସ୍କୁଲ ଛାତ୍ରୀଙ୍କୁ ମିଳିବ ମାଗଣା ନାପକିନ୍

ଆରମ୍ଭ ହେଲା ‘ଖୁସି’ ଯୋଜନା: ସ୍କୁଲ ଛାତ୍ରୀଙ୍କୁ ମିଳିବ ମାଗଣା ନାପକିନ୍

ଭୁବନେଶ୍ୱର : ସ୍କୁଲ ଛାତ୍ରୀଙ୍କୁ  ପାଇଁ ଏଥର ଖୁସି ଖବର  ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ଗୁଡ଼ିକରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପଢୁଥିବା ରାଜ୍ୟର ୧୭ ଲକ୍ଷ ଛାତ୍ରୀମାନଙ୍କ ପାଇଁ ମାଗଣାରେ ମିଳିବ ସାନିଟାରୀ ନାପକିନ୍ I ଏହି ପଦକ୍ଷେପ ଦୀର୍ଘକାଳୀନ ଭାବେ କିଶୋରୀମାନଙ୍କ ସ୍ୱାସ୍ଥ୍ୟ ଓ ପରିମଳ ପରିଚ୍ଛନ୍ନତା ରକ୍ଷା ଦିଗରେ ସହାୟକ ହେବ ଏବଂ ନିୟମିତ ବିଦ୍ୟାଳୟ ଆସିବାରେ ଏହା ବିଶେଷ ଭାବେ ଫଳପ୍ରଦ ହବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି I