Home Uncategorized ଆର.ପି ଶର୍ମା ହେଲେ ନୂଆ ପୋଲିସ ଡିଜି

ଆର.ପି ଶର୍ମା ହେଲେ ନୂଆ ପୋଲିସ ଡିଜି

0

ଭୁବନେଶ୍ୱର: ଆଜି ଓଡ଼ିଶା ସରକାରଙ୍କ ପକ୍ଷରୁ ଆଇପିଏସ୍ତରରେ ବରିଷ୍ଠ ବିଭାଗରେ ବଡ଼ଧରଣର ଅଦଳବଦଳ ହୋଇଛି ।  ଏହି ନିଷ୍ପତ୍ତି ଅନୁଯାୟୀ ଡିଜି ବଦଳିଛନ୍ତି । ସେହି ଅନୁଯାୟୀ ୧୯୮୬ ବ୍ୟାଚ ଆପିଏସ ଅଧିକାରୀ ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା ନୂଆ ପୋଲିସ୍ ଡିଜି  ହୋଇଛନ୍ତି । ସେ ଏବେ ଭିଜିଲାନ୍ସ ନିର୍ଦ୍ଦେଶକ ଅଛନ୍ତି । ଅନ୍ୟପକ୍ଷରେ ବର୍ତ୍ତମାନ ଡିଜିପି ଥିବା କେ.ବି. ସିଂହଙ୍କୁ ଓଡ଼ିଶା ରାଜ୍ୟ ପରିବହନ ନିଗମର ସିଏମଡି ଭାବେ ନିଯୁକ୍ତି ଦିଆଯାଇଛି  । ସେହିପରି (ସ୍ପେଶାଲ ଡିଜି କ୍ରାଇମ୍‌ବ୍ରାଞ୍ଚ) ବିଜୟ କୁମାର ଶର୍ମାଙ୍କୁ ଜେଲ ବିଭାଗ ଡିଜି ଭାବେ ବଦଳି କରାଯାଇଛି ।    ୧୯୮୮ ବ୍ୟାଚ ଆଇପିଏସ ଅରୁଣ ରାୟଙ୍କୁ ଏଡିଜି  ହେଡକ୍ୱାଟରରେ ନବ ନିଯୁକ୍ତି ଦିଆଯାଇଛି ।  ଏନେଇ ଗୃହ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here