Home Uncategorized ଆଶ୍ରମକୁ ଫେରିଲେ ସୁର ବାବା

ଆଶ୍ରମକୁ ଫେରିଲେ ସୁର ବାବା

0

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଝିଂଟି ଶାସନର ତ୍ରାହି ଅଚ୍ୟୁତ ଆଶ୍ରମକୁ ଫେରିଛନ୍ତି ସୁରବାବା ଓରଫ ସୁରେନ୍ଦ୍ର ମିଶ୍ର । ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ସେ ଜେଲରୁ ବାହାରି ଆଶ୍ରମ ଫେରିଛନ୍ତି । ଜମି ଜାଲିଆତି ବିଭିନ୍ନ ମାମଲାରେ ସୁରେନ୍ଦ୍ର ମିଶ୍ରଙ୍କୁ ଗିରଫ କରାଯାଇଥିଲା । ୨୦୧୫ ଅଗଷ୍ଟ ୩୧ରେ ସେ ଗିରଫ ହୋଇଥିଲେ । ଦୁଇ ବର୍ଷରୁ ଅଧିକ ଦିନ ହେଲା ସେ ଝାରପଡା ଜେଲରେ ଥିଲେ । ଏବେ ବିଭିନ୍ନ ମାମଲାରେ ଜାମିନ ପାଇବା ପରେ ସେ ଜେଲରୁ ମୁକୁଳିଛନ୍ତି । ଗତ ସପ୍ତାହରେ ଗଞ୍ଜାମ ଛତ୍ରପୁରରେ ଏକ ଜମି ଜାଲିଆତି ମାମଲାରେ ସୁପ୍ରିମକୋର୍ଟ ସୁରବାବାଙ୍କୁ ଜାମିନ ଦେଇଥିଲେ ।

ସୂଚନା ଅନୁସାରେ, ସୁର ବାବାଙ୍କ ନାମରେ ମୋଟ ୭ଟି ମାମଲା ରୁଜୁ କରାଯାଇଛି ।  ଏଥିରେ ସୁରବାବାଙ୍କୁ ହାଇକୋର୍ଟରୁ ୪ ଟି ମାମଲାରେ ଜାମିନ ମିଳିଥିବା ବେଳେ ଭୁବନେଶ୍ୱର ଅଦାଲତରୁ ୨ଟି ମାମଲାରେ ଜାମିନ ଓ ସୁପ୍ରିମକୋର୍ଟରୁ ଗୋଟିଏ ମାମଲାରେ ଜାମିନ ମିଳଛି । ଛତ୍ରପୁରରେ ଜମି ଠକେଇ ମାମଲାରେ ସୁପ୍ରିମ କୋର୍ଟରୁ ସୁରବାବାଙ୍କୁ ଜାମିନ ମିଳିଛି, ହେଲେ ଏହି ମାମଲାର ଶୁଣାଣୀବେଳେ ସେ ଅଦାଲତରେ ହାଜର ହେବା ପାଇଁ ନିର୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here