Home Uncategorized ଆସନ୍ତାକାଲିଠାରୁ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ଆସନ୍ତାକାଲିଠାରୁ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

0

ଭୁବନେଶ୍ୱର:କାଲିଠାରୁ ପଦଯାତ୍ରା କରିବ ବିଜେଡି । ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ କରି ଜୟପ୍ରକାଶ ଜୟନ୍ତୀ ଯାଏଁ ଏହି ପଦଯାତ୍ରା ହେବ । ଭୁବନେଶ୍ୱରରୁ ଏହି ପଦଯାତ୍ରା ଆରମ୍ଭ ହେବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଏହି ଘୋଷଣା କରିଛନ୍ତି । ଏହି ପଦଯାତ୍ରାରେ ପୋଲାଭରମ ଓ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବା ବିଜେଡି । ଏହାସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉଠାଇବ ବିଜେଡି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ଦଳୀୟ କର୍ମୀ ସାମିଲ ହେବେ ।

ବିଜେଡ଼ିର ଜନସମ୍ପର୍କ ଯାତ୍ରା ଅକ୍ଟୋବର ୨ରୁ ୧୧ ପର୍ଯ୍ୟନ୍ତ ଚାଲିବ । ପଦଯାତ୍ରା ସମ୍ପର୍କରେ ବିଜେଡ଼ିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ନିଜର ପ୍ରତିକ୍ରିୟାରେ କହିଛନ୍ତି, ବିଜେଡ଼ିର ଏହି ପଦଯାତ୍ରା ନୂଆ ନୁହେଁ । ବିଜେଡ଼ି ପକ୍ଷରୁ ପୂର୍ବରୁ ମଧ୍ୟ ଜନସମ୍ପର୍କର ଆୟୋଜନ କରାଯାଇଛି । ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ , “ରାଜ୍ୟ ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଦେଖାଇଛି ।   କେନ୍ଦ୍ର ସରକାର ଅହେତୁକ ତୈଳ ଦର ବୃଦ୍ଧି କରିଛନ୍ତି । ଏ ସମ୍ପର୍କରେ ଲୋକଙ୍କୁ ଜଣାଇବାକୁ ପଡ଼ିବ । ଜନସମ୍ପର୍କ ପଦଯାତ୍ରାରେ ଓଡ଼ିଶା ନ୍ୟାଯ୍ୟ ଅଧିକାର ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ ।”

LEAVE A REPLY

Please enter your comment!
Please enter your name here