Home Uncategorized ଆସନ୍ତାକାଲିଠାରୁ ବିଧାନସଭା ମୌସୁମୀ ଅଧିବେଶନ

ଆସନ୍ତାକାଲିଠାରୁ ବିଧାନସଭା ମୌସୁମୀ ଅଧିବେଶନ

0

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭହେବ ବିଧାନସଭା ମୌସୁମୀ ଅଧିବେଶନ । ଉକ୍ତ ଅଧିବେଶନ ଆସନ୍ତା ୧୬ ତାରିଖରେ ଶେଷ ହେବ । ଚଳିତ ଅଧିବେଶନରେ ମାତ୍ର ୮ଟି କାର୍ଯ୍ୟଦିବସ ରହିଛି । ଏଥିରେ ୯ଟି ବିଲ୍‌ ପାରିତ ହେବା କାର୍ଯ୍ୟକ୍ରମ ରହିଛି ।   ଏହି ଅଷ୍ଟମ ଦିବସୀୟ ଅଧିବେଶନରେ ଗୃହ ଖୁବ ସରଗରମ ହେବା ନେଇ ସମ୍ଭାବନା ରହିଛି । ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଶାସକ ଦଳ ମଧ୍ୟ ପଛରେ ନାହିଁ । କେନ୍ଦ୍ରୀୟ ଅବହେଳା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀଙ୍କୁ କାଉଣ୍ଟର ଆଟାକ୍‌ କରିବା ପାଇଁ ଦଳ ରଣନୀତି ପ୍ରସ୍ତୁତ କରିଛି । 
ମୌସୁମୀ ଅଧିବେଶନରେ ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ କରିଛନ୍ତି ଲମ୍ବା ତାଲିକା । ଫାଇନ ଆଦାୟ ନେଇ ଶାସକ ଦଳ ଓ ଖଣି ଲିଜଧାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା, ମୁଖ୍ୟମନ୍ତ୍ରୀଙ୍କ ଆକାଉଣ୍ଟ ଅନିୟମିତତା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଆଇନଶୃଙ୍ଖଳା ପରିସ୍ଥିତି, ପିଆଜ ଦର ବୃଦ୍ଧି ଓ ନିଯୁକ୍ତି ଭଳି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ବିଜେପି । 
ସେହିପରି ମୌସୁମୀ ଅଧିବେଶନରେ ଶାସକ ଦଳ ବିଜେଡି ଓ କେନ୍ଦ୍ର ସରକାରଙ୍କ ଅବହେଳାକୁ ପ୍ରସଙ୍ଗ କରିବ କଂଗ୍ରେସ । ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ବେକାର ଯୁବକଙ୍କୁ ନିଯୁକ୍ତି, ବିମୁଦ୍ରାକରଣ ପ୍ରମୁଖ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାନସଭାରେ ଉଠାଇବ ବୋଲି ଜଣାପଡିଛି । 
ତେବେ ବିରୋଧୀଙ୍କୁ ଶାସକ ଦଳ ସମାଲୋଚନା କରିବାକୁ ପଛାଇ ନାହିଁ । ବିଜେଡି କହିଛି, ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ । ଚଳିତ ଅଧିବେଶରେ ଶାସକ ଦଳ କେନ୍ଦ୍ରୀୟ ଅବହେଳା, ବିଭିନ୍ନ ଯୋଜନା କାଟ୍, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି,  ବିମୁଦ୍ରାକରଣ ଫେଲ୍, ରନ୍ଧନ ଗ୍ୟାସ ସିଲିଣ୍ଡରରେ ସବ୍‌ସିଡି ଅର୍ଥ ପ୍ରତ୍ୟାହରକୁ ନେଇ ଶାସକ ଦଳ  ବିରୋଧୀଙ୍କୁ କାଉଣ୍ଟର କରିବୁ ।
 
ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଧାନସଭା ପରିସରରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ, ୩ ଜଣ ଆଡ଼ିସିନାଲ୍‌ ଡିସିପି ଓ ନିଜେ ଭୁବନେଶ୍ୱର ଡିସିପି ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ । ଏହା ସହିତ ଲୋୟର୍‌ ପିଏମ୍‌ଜିରେ ଆନ୍ଦୋଳନକାରୀଙ୍କ ଉପରେ ସିସିଟିଭି କ୍ୟାମେରା ନଜର ରଖିବ ।
 
 
  
 

LEAVE A REPLY

Please enter your comment!
Please enter your name here