Home Uncategorized ଆସନ୍ତାକାଲି ଉତ୍କଳ ଦିବସରେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ମହାସମାବେଶ

ଆସନ୍ତାକାଲି ଉତ୍କଳ ଦିବସରେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ମହାସମାବେଶ

0

ଭୁବନେଶ୍ୱର : ଆସନ୍ତାକାଲି ଲୋୟର ପିଏମଜିରେ ମହାସମାବେଶ କରିବା ନେଇ ସୂଚନା ମିଳିଛି I ଆନ୍ଦୋଳନ ଜାରି ରଖିଛନ୍ତି ବ୍ଲକଗ୍ରାଣ୍ଟ ଶିକ୍ଷକ। ରାତିଦିନ ଏକ କରି ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ଲୋୟର ପିଏମ୍‌ଜିରେ ଧାରଣାରେ ବସିରହିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ପଡ଼ିନି I ଏହାରି ଭିତରେ ଅଧ୍ୟାପକ, ଶିକ୍ଷକ ଓ କର୍ମଚାରୀ ପୁଣିଥରେ ଲୋୟର ପିଏମ୍‌ଜିରେ ମହାସମାବେଶ କରିବେ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ବୈଠକରେ ନିଷ୍ପତ୍ତିି ନିଆଯାଇଛି।

ନ୍ୟପକ୍ଷରେ ଯୁକ୍ତ୨ ଖାତା ଦେଖା ଲାଗି ପ୍ରସ୍ତୁତି ଜାରି ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଖାତା ଦେଖିବାକୁ ଥିବା ଅଧ୍ୟାପକଙ୍କ ତାଲିକା ପ୍ରସ୍ତୁତ ହୋଇଛି। ପୂର୍ବରୁ ପ୍ରସ୍ତୁତ ହୋଇଥିବା ମୂଲ୍ୟାୟନକାରୀଙ୍କ ତାଲିକାରୁ ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କୁ ବାଦ୍‌ ଦିଆଯାଇଛି। ପ୍ରାୟ ୨ ହଜାର ଅଧ୍ୟାପକଙ୍କୁ ବାଦ୍‌ ଦେଇ ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୮ ହଜାର ଅଧ୍ୟାପକ ଏପ୍ରିଲ ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ମୂଲ୍ୟାୟନ କରିବେ

LEAVE A REPLY

Please enter your comment!
Please enter your name here