Home Uncategorized ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ: ଆଜି ହ୍ୱାଏ ଆଇ ଷ୍ଟାଣ୍ଡ ଫର୍‌ ମିଟିଂ

ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ: ଆଜି ହ୍ୱାଏ ଆଇ ଷ୍ଟାଣ୍ଡ ଫର୍‌ ମିଟିଂ

0

ଭୁବନେଶ୍ୱର: ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ । ଏଥିପାଇଁ ସରଗରମ କଲେଜ କ୍ୟାମ୍ପସ । ଇତିମଧ୍ୟରେ କ୍ୟାମ୍ପସ୍‌ ପ୍ରଚାର ଶେଷ ହୋଇଛି । ଅପେକ୍ଷା ଆସନ୍ତାକାଲିକୁ । ଆଜି  ‘ୱାଏ ଆଇ ଷ୍ଟଣ୍ଡ୍‌ ଫର୍‌’ ମିଟିଂ ବା ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ସଭା ।  ଆଜିର ସଭାରେ ଆଶାୟୀ ପ୍ରାର୍ଥୀମାନେ ସେମାନେ କାହିଁକି ପ୍ରାର୍ଥୀ ହୋଇଛନ୍ତି ସେ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଶେଷ ମୁହୂର୍ତ୍ତରେ ଛାତ୍ରଛାତ୍ରୀଙ୍କୁ ନିଜ ସପକ୍ଷକୁ ନେବା ପାଇଁ ଛାତ୍ର ପ୍ରତିନିଧିମାନେ ବେଶ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । କେଉଁଠି ଭୋଟରମାନଙ୍କ ପାଇଁ ଖାଦ୍ୟର ଆସର ଜମିଛି ତ ଅନ୍ୟ କେଉଁଠି ଭୋଟ୍‌ ହାତେଇବା ପାଇଁ ଆଶାୟୀ ପ୍ରାର୍ଥୀମାନେ ଉପହାର ଦେଉଛନ୍ତି । 
ଆସନ୍ତାକାଲି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ଶେଷ ହେବ । ଏହା ପରେ ସେହି ଦିନ ହିଁ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଉତ୍ତେଜନା ପରିସ୍ଥିତିକୁ ଦେଖି ରାଜ୍ୟର ସମସ୍ତ କଲେଜରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
 
 
 

LEAVE A REPLY

Please enter your comment!
Please enter your name here