Home Uncategorized ଆସନ୍ତାକାଲି ଠାରୁ ବିଧାନସଭା ବଜେଟ୍‌ ଅଧିବେଶନ

ଆସନ୍ତାକାଲି ଠାରୁ ବିଧାନସଭା ବଜେଟ୍‌ ଅଧିବେଶନ

0

ଭୁବନେଶ୍ୱର : ଦିନକ ପରେ ବିଧାନସଭା୨୫ ପ୍ଲାଟୁନ୍‌ ଫୋର୍ସ, ୧୦୦ ଅଫିସର ମୁତୟନ ହେବେ  ୩ ଜଣ ଆଡିସନାଲ୍‌ ଡିସିପି ଓ ନିଜେ ଡିସିପି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ I 

ଡିସିପି ସତ୍ୟବ୍ରତ ଭୋଇଙ୍କ ସୂଚନା ଅନୁଯାୟୀ, ପୂର୍ବଥର ଭଳି ଚଳିତ ଥର ବିଧାନସଭା ଅଧିବେଶନବେଳେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯିବ। ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷାବାହିନୀ ଅହୋରାତ୍ର ଜଗି ରହିବେ। ବିଧାନସଭା ଛାତ ଉପରେ ମଧ୍ୟ ପୁଲିସ ରହିବ। ବିଧାନସଭାର ପ୍ରବେଶପଥରେ ଦୁଇଟି ଚେକ୍‌ପୋଷ୍ଟ କରାଯାଇଛି। ଗୋଟିଏ ଚେକ୍‌ପୋଷ୍ଟରେ କାର୍‌ କିମ୍ବା ବାଇକ୍‌ ପ୍ରବେଶ କରିବା ପରେ ତାଙ୍କୁ ଅଟକ ରଖାଯିବ। ଯାଞ୍ଚ କରାଯିବା ପରେ କାର୍‌ ଓ ବାଇକ୍‌କୁ ବିଧାନସଭା ଭିତରକୁ ଛଡ଼ା ଯିବ। ଆବଶ୍ୟକ ହେଲେ କାର ଓ ବାଇକ୍‌ର କାଗଜପତ୍ର ଯାଞ୍ଚ କରାଯିବ। ବିଧାନସଭା ଗେଟ୍‌ ନିକଟରେ ଏକ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ। ଆସନ୍ତାକାଲି ଅପରାହ୍‌ଣ ୪ଟାରେ ବିଧାନସଭାର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, କମିସନର୍‌ ଯୋଗେଶ ବାହାଦୁର ଖୁରାନିଆଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ I