Home Uncategorized ଆସନ୍ତାକାଲି ଲୋକାର୍ପିତ ହେବ ବିଜୁ ପଟ୍ଟନାୟକଙ୍କ ଉପରେ ଲିଖିତ ପୁସ୍ତକ

ଆସନ୍ତାକାଲି ଲୋକାର୍ପିତ ହେବ ବିଜୁ ପଟ୍ଟନାୟକଙ୍କ ଉପରେ ଲିଖିତ ପୁସ୍ତକ

0

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉପରେ ଲିଖିତ ଏକ ପୁସ୍ତକ କୁ ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି ଆସନ୍ତାକାଲି ଲୋକାର୍ପିତ କରିବେ ।

ପ୍ରସିଦ୍ଧ ଲେଖକ ସୁନ୍ଦର ଗଣେଶନଙ୍କ ଲିଖିତ ଟଲମ୍ୟାନ- ବିଜୁ ପଟ୍ଟନାୟକ ଶୀର୍ଷକ ଏହି ପୁସ୍ତକ ଉନ୍ମୋଚନ ସମାରୋହରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଲୋକସଭା ସାଂସଦ ଏଚଡ଼ି ଦେବ ଗୌଡ଼ା, ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ସାଂସଦ ଲାଲ କୃଷ୍ଣ ଆଡ଼ଭାନୀ, ସିପିଆଇଏମର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ପ୍ରମୁଖ ଯୋଗଦାନ କରୁଥିବା ବେଳେ ଦି ନିୟୁ ଇଣ୍ଡିଆନ ଏକ୍ସପ୍ରେସର ସମ୍ପାଦନା ନିର୍ଦ୍ଦେଶକ ପ୍ରଭୁ ଚାୱଲା ଏହାର ସମୀକ୍ଷା କରିବେ । ଏ ଅବସରରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭାପତିତ୍ୱ କରୁଥିବା ଜଣାଯାଇଛି

LEAVE A REPLY

Please enter your comment!
Please enter your name here