Home Uncategorized ଆସନ୍ତାକାଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେବେ ଜଷ୍ଟିସ୍ ଦୀପକ ମିଶ୍ର

ଆସନ୍ତାକାଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେବେ ଜଷ୍ଟିସ୍ ଦୀପକ ମିଶ୍ର

0

ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥାତ ସୋମବାର ସୁପ୍ରିମକୋର୍ଟର ୪୫ତମ ମୁଖ୍ୟ ବିଚାରପତି ଭାବେ ଓଡ଼ିଆ ପୁଅ ତଥା ଜଷ୍ଟିସ୍ ଦୀପକ ମିଶ୍ର ଦାୟିତ୍ଵ ଗ୍ରହଣ କରିବେ । ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ଜେ.ଏସ୍. ଖେହର ଆସନ୍ତା କାଲି ଅର୍ଥାତ ଅଗଷ୍ଟ ୨୮ ତାରିଖରେ ଅବସର ଗ୍ରହଣ କରୁଥିବା ବେଳେ ତାଙ୍କ ସ୍ଥାନରେ ଜଷ୍ଟିସ ଦୀପକ ମିଶ୍ରଙ୍କୁ ଅବସ୍ଥାପନ କରାଯିବ । ୪୫ ତମ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଥିବା ଜଷ୍ଟିସ୍ ଦୀପକ୍ ମିଶ୍ର ହେଉଛନ୍ତି ଏହି ପଦବୀରେ ରହୁଥିବା ୩ ୟ ଓଡ଼ିଆ । ଏହା ପୂର୍ବରୁ  ଜଷ୍ଟିସ୍ ରଙ୍ଗନାଥ ମିଶ୍ର ଓ ଜଷ୍ଟିସ୍ ଜି ବି ପଟ୍ଟନାୟକ ଏହି ପଦବୀରେ ଅଳଙ୍କୃତ ହୋଇଥିଲେ ।    ୬୩ ବର୍ଷିୟ ଜଷ୍ଟିସ୍ ମିଶ୍ରଙ୍କ କାର୍ଯ୍ୟକାଳ ଆସନ୍ତା ୨୦୧୮ ଅକ୍ଟୋବର ୨ ତାରିଖରେ ଶେଷ ହେବ । ଦୀପକ ମିଶ୍ର ହେଉଛନ୍ତି ସୁପ୍ରମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‍ ରଙ୍ଗନାଥ ମିଶ୍ର ପୁତୁରା । ସେ ନିଜର ରାୟ ପାଇଁ ବେଶ ସୁନାମ ଅର୍ଜନ କରିଛନ୍ତି । ଏଫୟାର୍‍ ୨୪ ଘଣ୍ଟା ମଧ୍ୟରେ ୱେବସାଇଟ୍‍ରେ ଅପଲୋଡ୍‍ କରିବା , ଦିଲ୍ଲୀରେ ବହୁ ଚର୍ଚ୍ଚିତ ନିର୍ଭୟା ମାମଲାର ଶୁଣାଣି ହୋଇଥିବା ସୁପ୍ରିମକୋର୍ଟ ଖଣ୍ଡପୀଠରେ ମଧ୍ୟରେ ସେ ଜଷ୍ଟିସ୍‍ ମିଶ୍ର ସଦସ୍ୟ ଥିଲେ ।

LEAVE A REPLY

Please enter your comment!
Please enter your name here