Home Uncategorized ଆସନ୍ତା କାଲିଠୁ କମିବ ପିଆଜ ଦର: ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର

ଆସନ୍ତା କାଲିଠୁ କମିବ ପିଆଜ ଦର: ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର

0

ଭୁବନେଶ୍ୱର : ଟମାଟୋ ପରେ ଏବେ ପିଆଜର ଦରବୃଦ୍ଧିକୁ ନେଇ ଖାଉଟି ହନ୍ତସନ୍ତ ।   ପିଆଜ ଦର ବୃଦ୍ଧିକୁ ରୋକିବା ପାଇଁ ରାଜ୍ୟ ସରକାର ବେଶ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି ।  ଆସନ୍ତା କାଲିଠାରୁ ପିଆଜ ଦର କମିବ ବୋଲି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆଜି ସୂଚନା ଦେଇଛନ୍ତି ।

ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇ କହିଛନ୍ତି ଯେ, ନାସିକ ଏବଂ କର୍ଣ୍ଣୁଲରେ ପିଆଜ ଦର କମିଛି । ଏବେ କେଜି ପିଛା ୧୬ରୁ ୧୮ଟଙ୍କା ଭିତରେ କିଣା ପଡ଼ୁଛି । ଆସନ୍ତାକାଲି ୨୫ଟ୍ରକ୍‌ ପିଆଜ ରାଜ୍ୟରେ ପହଞ୍ଚିବ । ପିଆଜ ପହଞ୍ଚିବା  ପରେ ନୂଆ ଦର ଲାଗୁ ହେବ । ତେବେ ପିଆଜ କେଜି ପିଛା ୨୧ଟଙ୍କା ଭିତରେ ବିକ୍ରି ହେବ  । ପିଆଜର କଳାବଜାରି ରୋକିବାକୁ ମଧ୍ୟ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ପାତ୍ର ମଧ୍ୟ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here