Home Uncategorized ଆସନ୍ତା କାଲି ବିଜେପିର ମୌନ ସତ୍ୟାଗ୍ରହ

ଆସନ୍ତା କାଲି ବିଜେପିର ମୌନ ସତ୍ୟାଗ୍ରହ

0

ଭୁବନେଶ୍ୱର- କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌  ଓରାମ, ରାଧାମୋହନ ସିଂହଙ୍କୁ ଅଣ୍ଡାମାଡ ଓ ଢେଙ୍କାନାଳରେ ଦଳିତ ବିଧବା ମହିଳାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଆସନ୍ତାକାଲି ବିଜେପି ପକ୍ଷରୁ ମୌନ ସତ୍ୟାଗ୍ରହ କରାଯିବ । ଦିନ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ମୌନ ସତ୍ୟାଗ୍ରହ ହେବ । ଜିଲ୍ଲା ପରିଷଦ ଜୋନ୍‌ ଓ NAC ଅଫିସ ସମ୍ମୁଖରେ ବିଜେପି ପକ୍ଷରୁ ସତ୍ୟାଗ୍ରହ କରାଯିବ । ମ୍ୟୁନିସିପାଲିଟିରେ ବି ବିଜେପି ପକ୍ଷରୁ ସତ୍ୟାଗ୍ରହ କରାଯିବ । ଆଜି ବିଜେପିର ଉପସଭାପତି ସମୀର ମହାନ୍ତି ପ୍ରେସ୍‌ ମିଟ୍‌ କରି ସତ୍ୟାଗ୍ରହ ସମ୍ପର୍କରେ ସୂଚନା ଦେଇଛନ୍ତି । ଅପରପକ୍ଷରେ ବିଜେପିର ମୌନ ସତ୍ୟାଗ୍ରହ ସମ୍ପର୍କରେ ବିଜେଡି ନେତା ପ୍ରତାପ ଦେବ ପ୍ରତିକ୍ରିୟା ରଖିଛନ୍ତି ।  ‘ସତ୍ୟାଗ୍ରହ ଏକ ପ୍ରହସନ’ । ମୌନବ୍ରତରେ କୌଣସି ଫରକ ପଡିବ ନାହିଁ । ଏବେ ମୁହଁ ବନ୍ଦ ନ କରି ବରଂ ଖୋଲିବାର ସମୟ ଆସିଛି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା  ଓ ମହାନଦୀ ପ୍ରସଙ୍ଗରେ ବିଜେପି ସତ୍ୟାଗ୍ରହ କରୁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here