Home Uncategorized ଆସୁଛି “ମୋରା’- ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଆସୁଛି “ମୋରା’- ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

0

ଭୁବନେଶ୍ୱର- ସାଇକ୍ଲୋନିକ୍ ଷ୍ଟର୍ମ “ମୋରା’ ପାରାଦୀପଠାରୁ ୫୯୦ କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି ଏହା ବାଂଲାଦେଶ ଛୁଇଁବ । ଏଥିଯୋଗୁଁ ଉପକୂଳ ଓଡିଶାରେ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଭଦ୍ରକ, ଯାଜପୁର, ମୟୁରଭଞ୍ଜ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ଅଧିକ ବର୍ଷା ହେବ । ଆଜିଠୁ ୩୦ ତାରିଖ ପର୍ଯ୍ୟନ୍ତ ଓଡିଶାରେ ପ୍ରାକ୍ ମୌସୁମୀ ବର୍ଷା ହେବ । ୩୦ରେ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ପ୍ରକାଶ ପାଇଛି । ମୋରା ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଉଥିବାରୁ ପାରାଦୀପ ଓ ଗୋପାଳପୁରରେ ୨ ନମ୍ବର ସତର୍କ ସୂଚନା ଦିଆଯାଇଛି । ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here