Home ଦେଶ ବିଦେଶ ଆୟୁଷ୍ମାନ ଯୋଜନାର ଶୁଭାରମ୍ବ କଲେ ମୋଦି

ଆୟୁଷ୍ମାନ ଯୋଜନାର ଶୁଭାରମ୍ବ କଲେ ମୋଦି

0
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଂଚି ଠାରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ବ କରିଛନ୍ତି । ଏହି ଯୋଜନା ଦ୍ୱାରା ଦେଶର ମୋଟ୍ ୧୦.୭୪ କୋଟି ପରିବାରକୁ ଲାଭ ମିଳିବ ବୋଲି ଜଣାପଡିଛି । ଏନେଇ ପ୍ରତିବର୍ଷ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଲେଖାଏଁ ଟଙ୍କାର ସ୍ୱାସ୍ଥ୍ୟବମୀା ଯୋଗାଇ ଦିଆଯିବ । ମୁଖ୍ୟତଃ କର୍ମଟ ହୃଦ ରୋଗ, ମସ୍ତିଷ୍କ, ମେରୁଦଣ୍ଡର ଅସ୍ତ୍ରପ୍ରଚାର ଭଳି ଚିକିତ୍ସା ଏହି ଯୋଜନାରେ ହିତାଧିକାରୀଙ୍କୁ ମିଳିବ । ତେବେ ଚିକିତ୍ସା ପାଇଁ ରୋଗୀଙ୍କୁ କୌଣସି ନଗଦ ଅର୍ଥ ଦେବାକୁ ପଡିବ ନାହିଁ । ଏହି ଆୟୁଷ୍କାନ ଯୋଜନା ପାଇଁ ୮ ହଜାର ୭୩୫ ଟି ସରକାରୀ ଓ ଘରେଇ ଡାକ୍ତରଖାନାକୁ ଚୟନ କରାଯାଇଛି । ଏହି ଯୋଜନା ବାବଦକୁ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ଏବଂ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବେ ବୋଲି ଜଣାପଡିଛି । ତେବେ ତେଲେଙ୍ଗାନା, ଦିଲ୍ଲୀ, କର୍ଣ୍ଣାଟକ, କେରଳ ଓ ପଞ୍ଜାବ, ଓଡିଶା ଭଳି ରାଜ୍ୟ ଏହି ଯୋଜନାରେ ସାମିଲ ହେବାକୁ ମନା କରିଦେଇଛନ୍ତି ।