Home ବାଣିଜ୍ୟ ଇନ୍‌ଭେଷ୍ଟର ଫାସିଲିଟେଶନ ଆଣ୍ଡ୍‌ ଟ୍ରାକ (ଗୋ ସ୍ବିଫ୍ଟ୍‌) ପୋର୍ଟାଲ୍‌ରେ ୩,୬୧୫ ଶିଳ୍ପ ୟୁନିଟ୍‌ ସାମିଲ

ଇନ୍‌ଭେଷ୍ଟର ଫାସିଲିଟେଶନ ଆଣ୍ଡ୍‌ ଟ୍ରାକ (ଗୋ ସ୍ବିଫ୍ଟ୍‌) ପୋର୍ଟାଲ୍‌ରେ ୩,୬୧୫ ଶିଳ୍ପ ୟୁନିଟ୍‌ ସାମିଲ

0

ରାଜ୍ୟ ସରକାର ଚଳିତ ବର୍ଷ ନଭେମ୍ବର ୧୬ରେ ବିଭିନ୍ନ ଶିଳ୍ପ ସଂସ୍ଥାଙ୍କ ସହାୟତା ପାଇଁ ଆରମ୍ଭ କରିଥିବା ସିଙ୍ଗିଲ୍‌ ଓ୍ବିଣ୍ଡୋ ଇନ୍‌ଭେଷ୍ଟର ଫାସିଲିଟେଶନ ଆଣ୍ଡ୍‌ ଟ୍ରାକ (ଗୋ ସ୍ବିଫ୍ଟ୍‌) ପୋର୍ଟାଲ୍‌ରେ ଇତି ମଧ୍ୟରେ ୩,୬୧୫ ଶିଳ୍ପ ୟୁନିଟ୍‌ ଯୋଡି ହୋଇଛନ୍ତି। ଗୁରୁବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଶିଳ୍ପମନ୍ତ୍ରୀ ନିରଞ୍ଜନ ପୁଜାରୀ ଏହା କହିଛନ୍ତି। ଏଥି ସହିତ ଏହି ଗୋସ୍ବିଫ୍ଟ୍‌ ପୋର୍ଟାଲ୍‌ ମାଧ୍ୟମରେ କିପରି ଜଣେ ସିଙ୍ଗିଲ୍‌ ଓ୍ବିଣ୍ଡୋ କ୍ଲିୟରାନ୍ସ ସୁବିଧା ପାଇବ ସେ ସମ୍ପର୍କରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି ଓ୍ବେବ୍‌ସାଇଟ୍‌କୁ କିପରି ଶିଳ୍ପାନୁଷ୍ଠାନଗୁଡିକ ବ୍ୟବହାର କରିବେ, ସେମାନେ କେଉଁ କେଉଁ ସମସ୍ୟା ସମ୍ମୁଖୀନ ହେଉଛନ୍ତି ସେ ସବୁ ବିଷୟରେ ଏଠାରେ ଆଲୋଚନା ହୋଇଥିଲା। ଏହି ଅବସରରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା କହିଥିଲେ, ବହୁ ରାଜ୍ୟ ସିଙ୍ଗିଲ୍‌ଓ୍ବିଣ୍ଡୋ କ୍ଲିଏରାନ୍ସ ପାଇଁ ପୋର୍ଟାଲ୍‌ କରିଥିବା ବେଳେ ଓଡିଶା ସରକାର ଯେଉଁ ଗୋ ସ୍ବିଫ୍ଟ୍‌ ପୋର୍ଟାଲ୍‌ କରିଛନ୍ତି ଏହା ପ୍ରକୃତରେ ଏକ ପୂର୍ଣ୍ଣମାତ୍ରାରେ ସିଙ୍ଗିଲ୍‌ ଓ୍ବିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲ। ବିଭିନ୍ନ କ୍ଲିୟରାନ୍ସ ପାଇଁ ବିଭିନ୍ନ ପୋର୍ଟାଲ ରହିଥିବାରୁ ନିବେଶକଙ୍କୁ ବାରମ୍ବାର ଏକାଧିକ ୟୁଜରନେମ୍‌ ଏବଂ ପାସ୍‌ଓ୍ବାର୍ଡ ସୃଷ୍ଟି କରିବାକୁ ପଡୁଛି। ଏହାକୁ ହ୍ରାସ କରିବା ଏହି ଓ୍ବେବ୍‌ ସାଇଟ୍‌ର ଏକ ପ୍ରମୁଖ ଲକ୍ଷ୍ୟ। ଗୋ ସ୍ବିଫ୍ଟ୍‌ ଦ୍ୱାରା ମାତ୍ର ଥରଟିଏ ୟୁଜରନେମ୍‌ ଓ ପାସ୍‌ଓ୍ବାର୍ଡ ସୃଷ୍ଟି କରି ସମଗ୍ର ନିବେଶ ପ୍ରକ୍ରିୟା ପାଇଁ ସମସ୍ତ ସେବା ଏଇ ଗୋଟିଏ ଓ୍ବେବ୍‌ସାଇଟ୍‌ରେ ହାସଲ କରି ହେବ। କେଉଁ କାମ ପାଇଁ କେଉଁ କ୍ଲିୟରାନ୍ସ ଆବଶ୍ୟକ, କେଉଁ ସ୍ଥାନରେ କେଉଁ ସେବା ମିଳି ପାରିବ, ନିଜ ସମସ୍ୟା ସମ୍ପର୍କରେ ଅଭିଯୋଗ ଆଦ ଗୋ ସ୍ବିଫ୍ଟ୍‌ରେ ହୋଇ ପାରିବ ବୋଲି ଚୋପ୍ରା କହିଥିଲେ। ଆଗକୁ ଏହି ଓ୍ବେବ୍‌ସାଇଟ୍‌ ରାଜ୍ୟରେ ଶିଳ୍ପ କାରବାରକୁ ବହୁ ଊର୍ଦ୍ଧ୍ୱକୁ ନେଇ ପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here