Home Uncategorized ଇମ୍ଫା କମ୍ପାନୀକୁ ଋଣ ଛାଡନେଇ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରତିବାଦ

ଇମ୍ଫା କମ୍ପାନୀକୁ ଋଣ ଛାଡନେଇ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରତିବାଦ

0

ଇମ୍ଫା କମ୍ପାନୀକୁ ୨୩୦ କୋଟି ଟଙ୍କା ଋଣ ଛାଡ କରାଯାଇଥିବା ପ୍ରତିବାଦରେ ସମାଜବାଦୀ ପାର୍ଟି ପକ୍ଷରୁ ସିବିଆଇ ତଦନ୍ତ ପାଇଁ ଦାବି ହୋଇଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଏହି ଋଣ ଟଙ୍କା ଛାଡ଼ କରାଯାଇଥିବା ଅଭିଯୋଗ କରି ଏକ ସ୍ମାରକପତ୍ର ସିବିଆଇକୁ ପ୍ରଦାନ କରାଯାଇଛି। ଏଥିରେ ଋଣ ଛାଡ ନେଇ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି।

ଏହାର ଜବାବ ରଖିଛନ୍ତି ଇମ୍ପା କର୍ତ୍ତୃପକ୍ଷ। ସେ କହିଛନ୍ତି ଯେ, ଋଣଛାଡ କେବଳ ଇମ୍ଫା କମ୍ପାନୀକୁ କରାଯାଇ ନାହିଁ। ଆହୁରି ଅନେକ କମ୍ପାନୀକୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯାଇଛି। ୨୦୦୩ରେ ଜିନ୍ଦଲ, ଏସାର କମ୍ପାନୀକୁ ଏହି ସୁବିଧା ମିଳିଥିଲା। ଏ ନେଇ ୨୦୦୭ରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ତେବେ କୋର୍ଟ ଏହି ଜନସ୍ବାର୍ଥ ମାମଲାକୁ ଖାରଜ କରି ଦେଇଥିଲେ।

LEAVE A REPLY

Please enter your comment!
Please enter your name here