Home Uncategorized ଉତ୍ତର ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷିବ

ଉତ୍ତର ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷିବ

0

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାକୁ ପୂର୍ବାନୁମାନ କରି ପାରାଦୀପ ଓ ଗୋପାଳପୁର ବନ୍ଦରରେ କେନ୍ଦ୍ର ପକ୍ଷରୁ ତିନି ନମ୍ବର ବିପଦ ସଙ୍କେତ ଦିଆଯାଇଛି ।
 
 
 ପାଣିପାଗ ବିଶେଷସୂତ୍ରରୁ ପ୍ରକାଶ, ଆଜି ଘୂର୍ଣ୍ଣିବଳୟ ୮ଟା ୩୦ରେ ଲଘୁଚାପରେ ପରିଣତ ହୋଇଛି । ଏହା ଘଣ୍ଟାକୁ ୧୫ କିଲୋମିଟର ବେଗରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଫଳରେ ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଲଘୁଚାପ ବାଲେଶ୍ୱରଠାରୁ ୧୯୦ କି.ମି ଦୂରରେ ରହି ଝାଡ଼ଖଣ୍ଡ ମୁହାଁଇଛି । ପବନର ବେଗ ଘଣ୍ଟାପ୍ରତି ରହିଛି ୪୫ରୁ ୫୫ କି.ମି ।  ପାରାଦୀପ ଓ ଗୋପାଳପୁର ବନ୍ଦରରେ ତିନି ନମ୍ବର ବିପଦ ସଙ୍କେତ ଦିଆଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ସେଥିପାଇଁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here