Home ଅପରାଧ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁରେଶ ରାଉତ ଆହତ

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁରେଶ ରାଉତ ଆହତ

0
ନୟାଗଡ଼ : ନୟାଗଡ଼ ଜିଲ୍ଲା ଲୋଙ୍କୁଡିପଡ଼ା ବାରମାସି ଦଣ୍ଡାରେ ପୋଲିସ୍‌ ଏନକାଉଣ୍ଟର କରିଛି । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁରେଶ ରାଉତ ଗୁରୁତର ଆହତ ହୋଇଛି । ତାଙ୍କୁ ପ୍ରଥମେ ନୟାଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୁରେଶ ନାଁରେ କଟକ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ପୁରୀ ଓ ବୌଦ୍ଧ ଆଦି ଜିଲ୍ଲାରେ ଲୁଟ୍ ରାହାଜାନୀ ଭଳି ୩୬ଟି ମାମଲା ରହିଛି । ସୁରେଶ ଘର ଦଶପଲ୍ଲା ଥାନା ପୋଇବାଡି ଗାଁରେ ବୋଲି ଜଣାପଡ଼ିଛି । ପୋଲିସର ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୨ଟା ସମୟରେ ଡକାୟତି ଉଦ୍ୟମ କରୁଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।  ଏହି ସମୟରେ ସୁରେଶ ପୋଲିସକୁ ଦେଖି ଖସି ପଳାଇବା ପାଇଁ ଗୁଳି ଚଳାଇଥିଲା ।  ପରେ ଆତ୍ମରକ୍ଷା ପାଇଁ ପୋଲିସ ସୁରେଶକୁ ଗୁଳି କରିଥିଲା ।