Home Uncategorized ଏମ୍ସରେ ହନି-ସିଂହଙ୍କ ଡାକ୍ତରୀ ପରୀକ୍ଷା ଆରମ୍ଭ

ଏମ୍ସରେ ହନି-ସିଂହଙ୍କ ଡାକ୍ତରୀ ପରୀକ୍ଷା ଆରମ୍ଭ

0

ନୂଆଦିଲ୍ଲୀ: କନ୍ଧମାଳର ଯୋଡା ମୁଣ୍ଡ ଶିଶୁ ହନି-ସିଂହ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ପହଞ୍ଚିଛନ୍ତି । ଏମ୍ସରେ ହନି-ସିଂହଙ୍କ ଚିକିତ୍ସା  ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଏନେଇ ଏମ୍ସ ପରିସରରେ ଏମ୍ସର ଡାଇରେକ୍ଟରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଗଣମାଧ୍ୟମକୁ ହନି-ସିଂହଙ୍କର ଅପରେସନ ସମ୍ପର୍କରେ ସୂଚନା ଦିଆଯାଇଛି । ଏମ୍ସ ପକ୍ଷରୁ ଏମ୍ସ ଡାଇରେକ୍ଟର ରଣଦୀପ ଗୁଲେରିଆ କହିଛନ୍ତି  ଯେ, ‘ଉଭୟ ଶିଶୁ ଖୁବ୍‌ ଦୁର୍ବଳ ଅଛନ୍ତି । ଦେହରେ ଜ୍ୱର ଅଛି । ଛାତିରେ ସଂକ୍ରମଣ ଥିବା ସନ୍ଦେହ କରାଯାଉଛି । ରକ୍ତ ପରୀକ୍ଷା ସହ ସିଟି ସ୍କାନ ହୋଇ ସାରିଛି । ୮ରୁ ୧୦ ଦିନ ପର୍ଯ୍ୟନ୍ତ ଶିଶୁ ଦୁଇଜଣକୁ ଅବଜରଭେସନ୍‌ରେ ରଖାଯିବ । ସବୁକିଛି ଠିକ୍‌ଠାକ୍‌ ରହିଲେ ଅପରେସନ୍‌ କରାଯିବ ।  ୭ଟି ବିଭାଗର ୨୦ରୁ ୩୦ଜଣ ଡାକ୍ତରଙ୍କୁ ନେଇ ଗଠିତ ଟିମ୍‌ ଶିଶୁ ଦୁହିଁଙ୍କର ଅପରେସନ୍‌ କରିବ । ୨ଟି ମୁଣ୍ଡ ଯେହେତୁ ଅତ୍ୟଧିକ ଲାଗି ରହିଛି ଏହା ଏକ ଜଟିଳ ଅପରେସନ । ଅପରେସନ ପୂର୍ବରୁ ମକ୍‌ଡ୍ରିଲ୍‌ ହେବ ।’

LEAVE A REPLY

Please enter your comment!
Please enter your name here