Home Uncategorized ଏଲ୍‌ପିଜି ସିଲିଣ୍ଡରରୁ ସବ୍‌ସିଡି ହଟାଯିବା ପ୍ରସଙ୍ଗ, ବିଜୁ ମହିଳା ଜନତା ଦଳର ବିକ୍ଷୋଭ

ଏଲ୍‌ପିଜି ସିଲିଣ୍ଡରରୁ ସବ୍‌ସିଡି ହଟାଯିବା ପ୍ରସଙ୍ଗ, ବିଜୁ ମହିଳା ଜନତା ଦଳର ବିକ୍ଷୋଭ

0

ଭୁବନେଶ୍ୱର: ଏଲପିଜି ସିଲିଣ୍ଡରରୁ ସବସିଡି ହଟାଯିବାକୁ ବିରୋଧ କରି ଆଜି ରାଜରାସ୍ତାକୁ  ଓହ୍ଲାଇଛି ବିଜୁ ମହିଳା ଜନତା ଦଳ । ଆଜି ବିଜୁ ମହିଳା ଜନତା ଦଳ  ପକ୍ଷରୁ  କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆସନ୍ତା ୮ ତାରିଖରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦଳ ପକ୍ଷରୁ ବିକ୍ଷୋଭ କରାଯିବ ବୋଲି ବିଜୁ ମହିଳା ଜନତା ଦଳ ପକ୍ଷରୁ ସୂଚନା ମିଳିଛି । ପ୍ରତିମାସରେ ଏଲପିଜି ଗ୍ୟାସ ୪ଟଙ୍କା ବୃଦ୍ଧି ଓ ସବସିଡି ବନ୍ଦ ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରାଯିବ ବୋଲି ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି । ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ  ବହୁ ବରିଷ୍ଠ ବିଜେଡି ନେତ୍ରୀ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି । ପରେ ଏକ ପ୍ରତିନିଧିମଣ୍ଡଳି ଏ ସମ୍ପର୍କିତ ଏକ ସ୍ମାରକ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ ।

ଏଲ୍‌ପିଜି ସବ୍‌ସିଡି ହଟାଯିବାକୁ ବିରୋଧ କରି ବିଜୁ ମହିଳା ଜନତା ଦଳ ପକ୍ଷରୁ ହୋଇଥିବା ଆନ୍ଦୋଳନ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ସଜ୍ଜନ ଶର୍ମା । ସେ କହିଛନ୍ତି ଯେ, ‘ଆନ୍ଦୋଳନ ମିଛିମିଛିକା, ପୂର୍ବରୁ ଉଜ୍ଜ୍ୱଳା ଯୋଜନାକୁ ଦଳ ବିରୋଧ କରିଥିଲା । ଏବେ ଉଜ୍ଜ୍ୱଳା ଯୋଜନାକୁ ନେଇ ଦଳ ରାଜରାସ୍ତାରେ । ’

LEAVE A REPLY

Please enter your comment!
Please enter your name here