Home Uncategorized ଏସିଆନ୍‌ ଆଥଲେଟିକ୍‌ ଚାମ୍ପିୟନ୍‌ସିପ୍‌ ମାସ୍କଟ୍‌ ’ଓଲି’ ଉନ୍ମୋଚିତ

ଏସିଆନ୍‌ ଆଥଲେଟିକ୍‌ ଚାମ୍ପିୟନ୍‌ସିପ୍‌ ମାସ୍କଟ୍‌ ’ଓଲି’ ଉନ୍ମୋଚିତ

0

ଭୁବନେଶ୍ୱର- ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ୨୨ତମ ଏସିଆନ୍‌ ଆଥଲେଟିକ୍‌ ଚାମ୍ପିୟନସିପ୍‌ ପାଇଁ ମାସ୍କଟ୍‌(ଓଲି) ରାଲି କରାଯାଇଥିଲା । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଏସିଆନ୍‌ ଆଥଲେଟିକ୍‌ ଚାମ୍ପିୟନ୍‌ସିପ୍ ଜର୍ସିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ । ‘ଓଲି’ ମାସ୍କଟ୍‌ ଓଡିଶାର ଗହିରମଥା ଅଲିଭ୍‌ ରିଡ୍‌ଲେ କଇଁଚ ଉପରେ ତିଆରି କରାଯାଇଛି ।

ସାରା ରାଜ୍ୟରେ ଏସିଆନ୍‌ ଆଥଲେଟିକ୍‌ ଚାମ୍ପିୟନ୍‌ସିପ୍‌ର ପ୍ରଚାରପ୍ରସାର ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ସାରା ରାଜ୍ୟରେ ଦୁଇଟି ରୁଟ୍‌ରେ ଭ୍ରମଣ କରିବ ମାସ୍କଟ୍‌ ‘ଓଲି’ ।  ଜୁଲାଇ ୬ରୁ ୯ ମଧ୍ୟରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ  ଆରମ୍ଭ ହେବ ୨୨ତମ ଏସିଆନ୍‌ ଚାମ୍ପିୟନ୍‌ସିପ୍ । ଏଥିପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ୯୦% କାମ ସରିଗଲାଣି ।  ଏଥିରେ ଏସିଆର ୪୫ଟି ଦେଶର ୧୦୦୦ କ୍ରୀଡାବିତ୍‌ ଅଂଶଗ୍ରହଣ କରିବେ। ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଏସିଆନ୍‌ ଆଥଲେଟିକ୍ ଚାମ୍ପିୟନ୍‌ସିପ୍‌ ଆୟୋଜିତ ହେବାକୁ ଯାଉଛି । ଏଥିରେ ୨୦ଜଣ ୱାର୍ଲଡ୍‌ ଚାମ୍ପିୟନ୍‌ ଅଂଶଗ୍ରହଣ କରିବେ।

LEAVE A REPLY

Please enter your comment!
Please enter your name here