Home Uncategorized ଏସୀୟ ଦୌଡ଼କୁଦ ପ୍ରତିଯୋଗିତା: ଦ୍ୱିତୀୟ ଦିନରେ ଭାରତକୁ ୪ଟି ସ୍ୱର୍ଣ୍ଣ

ଏସୀୟ ଦୌଡ଼କୁଦ ପ୍ରତିଯୋଗିତା: ଦ୍ୱିତୀୟ ଦିନରେ ଭାରତକୁ ୪ଟି ସ୍ୱର୍ଣ୍ଣ

0

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ୨୨ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ୨ୟ ଦିନରେ  ଭାରତକୁ ୪ଟି ସ୍ୱର୍ଣ୍ଣ ପଦକ ମିଳିଛି। ଆଜିକୁ ମିଶାଇ ଭାରତ ୬ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି । ଇତିମଧ୍ୟରେ ଭାରତର ମୋଟ  ପଦକ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି ।  ମହମ୍ମଦ ଆନସ ୪୦୦ମିଟର ପୁରୁଷ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଆରୋକିଆ ରାଜୀବ ରୌପ୍ୟ ପଦକ ହାସଲ କରିଛନ୍ତି । ୪୦୦ ମିଟର ମହିଳା ବିଭାଗରେ ନିର୍ମଳାଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ ଜିଷ୍ଣା ମ୍ୟାଥୁଙ୍କୁ ମିଳିଛି ବ୍ରୋଞ୍ଜ ପଦକ । ସେହିଭଳି ମହିଳା ବିଭାଗର ୧୫୦୦ ମିଟର ଦୌଡ଼ରେ ଚିତ୍ରା ପିୟୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଅଜୟ କୁମାର ସରୋଜ ପୁରୁଷ ବିଭାଗର ୧୫୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here