Home Uncategorized ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆରମ୍ଭ ହେଲା ମେଟଲ୍‌ ମିଟ୍‌-୨୦୧୮

‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆରମ୍ଭ ହେଲା ମେଟଲ୍‌ ମିଟ୍‌-୨୦୧୮

0

ଭୁବନେଶ୍ୱର : ଓଡ଼ିଶାର ବହୁ ପ୍ରତୀକ୍ଷିତ କୁଇଜ୍‌ ମହାକୁମ୍ଭ ‘ମେଟଲ୍‌ ମିଟ୍‌-୨୦୧୮’ ଶନିବାରଠାରୁ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ୍‌ ହୋଟେଲରେ ଆୟୋଜିତ ପ୍ରତିଯୋଗିତାର ପ୍ରିଲିମ୍ସ ରାଉଣ୍ଡରେ ସମଗ୍ର ଓଡ଼ିଶାରୁ ପ୍ରାୟ ୭୨ ଟିମ୍‌ ଅଂଶଗ୍ରହଣ କରିଥିଲେ। ଜୁନିୟର କାଟାଗୋରିରେ ଶ୍ରେଷ୍ଠ ପ୍ରଦର୍ଶନ କରି ୮ ଟିମ୍‌ ଗ୍ରାଣ୍ଡ ଫିନାଲେକୁ ଯାଇଥିବା ବେଳେ ସିନିୟର କାଟାଗୋରିରେ ମଧ୍ୟ ୮ ଟିମ୍‌ ଫାଇନାଲରେ ପ୍ରବେଶ କରିଛି। ଜୁନିୟରରେ ଭୁବନେଶ୍ୱରର ମଦର୍ସ ପବ୍ଲିକ ସ୍କୁଲ ଶ୍ରେଷ୍ଠ ସ୍ଥାନରେ ରହିଥିବା ବେଳେ କଟକ ସିଡିଏସ୍ଥିତ ଡିଏଭି ପବ୍ଲିକ ସ୍କୁଲ, ଡିଏଭି ପୋଖରୀପୁଟ, ରାଉରକେଲା ଡିଏଭି ପବ୍ଲିକ ସ୍କୁଲ, ପୁରୀର ବ୍ଲେସ୍‌ଡ ସାକ୍ରାମେଣ୍ଟ ହାଇସ୍କୁଲ, ଭୁବନେଶ୍ୱର ଓଡିଏମ୍‌ ପବ୍ଲିକ ସ୍କୁଲ, ବାଲେଶ୍ୱର ସେଣ୍ଟ ଭିନ୍‌ସେଣ୍ଟ ସ୍କୁଲ ଏବଂ ରେଭେନ୍ସା ଜୁନିୟର କଲେଜ ଟପ୍‌ ୮ରେ ରହି ଫାଇନାଲ୍‌କୁ ଯାଇଛନ୍ତି। ସେହିଭଳି ସିନିୟର କାଟାଗୋରିରେ ସିଇଟି ଭୁବନେଶ୍ୱର ଶ୍ରେଷ୍ଠ ସ୍ଥାନରେ ରହିଥିବା ବେଳେ ଏନ୍‌ଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ୱର, ଏମ୍‌ସ ଭୁବନେଶ୍ୱର, ଭିଏସ୍‌ଏସ୍‌ୟୁଟି ବୁର୍ଲା, କିଟ୍‌, ସିଲିକନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି ଏବଂ ଏସ୍‌ସିବି ମେଡିକାଲ କଲେଜ ଫାଇନାଲରେ ପ୍ରବେଶ କରିଛି। ଦୈନିକ ଇଂଲିଶ୍‌ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ଗ୍ରାଣ୍ଡ୍‌ ଫିନାଲେ ରବିବାର ସ୍ବସ୍ତି ପ୍ରିମିୟମ୍‌ଠାରେ ଅନୁଷ୍ଠିତ ହେବ। କୁଇଜ୍‌ ମାଷ୍ଟର ଭେଙ୍କଟେଶ୍‌ ଶ୍ରୀନିବାସନ୍‌ (ଭେଙ୍କି) ମେଟଲ୍‌ ମିଟ୍‌-୨୦୧୮କୁ ପରିଚାଳନା କରୁଥିବା ବେଳେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।