Home ଓଡିଶା ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ‘କଳା ଭୂମି’ ଉଦ୍‌ଘାଟନ କଲେ : ମୁଖ୍ୟମନ୍ତ୍ରୀ

ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ‘କଳା ଭୂମି’ ଉଦ୍‌ଘାଟନ କଲେ : ମୁଖ୍ୟମନ୍ତ୍ରୀ

ହସ୍ତତନ୍ତ ଏବଂ ହସ୍ତଶିଳ୍ପ ପାଇଁ ସାରା ବିଶ୍ୱରେ ଓଡ଼ିଶାର ପ୍ରସିଦ୍ଧି ରହିଛି। ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଏ ଦିଗରେ ଭଲ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଏବଂଏହି ସଂଗ୍ରହାଳୟ ସମଗ୍ର ଭାରତରେ ରାଜ୍ୟର ମାନକୁ ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ I ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଲେ, ଓଡ଼ିଶାର କଳା, ଭାସ୍କର୍ଯ୍ୟ ଏବଂ ହସ୍ତଶିଳ୍ପ ବିଶ୍ୱ ପ୍ରସିଦ୍ଧ। କୋଣାର୍କର କାରୁକାର୍ଯ୍ୟଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାର ସୁକ୍ଷ୍ମ ବାନ୍ଧକଳା ପର୍ଯ୍ୟନ୍ତ ସବୁଥିରେ ଉତ୍କଳୀୟ ଶିଳ୍ପୀଙ୍କ ଉତ୍କର୍ଷତା ପରିସ୍ଫୁଟିତ ହୋଇଛି। ଉନ୍ନୟନ କମିଶନର ଆର୍‌. ବାଲ୍‌କ୍ରିଷ୍ଣନ୍‌ ଯୋଗଦେଇ ଆଗାମୀ ଦିନରେ ‘କଳା ଭୂମି’ ମ୍ୟୁଜିୟମ୍‌ ସିଟି ଭାବେ ଜଣାଯିବ ବୋଲି କହିଥିଲେ।  ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଏହା କେବଳ ଏକ ସଂଗ୍ରହାଳୟ ନୁହେଁ। ବରଂ ବୁଣାକାର, କାରିଗରମାନଙ୍କ ଦ୍ୱାରା ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ଝଲକ, ଯାହାକୁ ଏବେ ସମଗ୍ର ବିଶ୍ୱ ଦେଖିବ I  ୩୪.୮୫ କୋଟି ଟଙ୍କା ବ୍ୟୟରେ ୧୨.୬୮ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ସଂଗ୍ରହାଳୟରେ ୧୦୦ ବର୍ଷରୁ ଅଧିକ ପୁରାତନ ସମୟର ପ୍ରସିଦ୍ଧ, ବିରଳ ଏବଂ ବିଲୁପ୍ତ ପ୍ରାୟ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସ୍ଥାନ ପାଇଛି।