Home Uncategorized ଓଡିଆରେ ଭାଷଣ ଦେଲେ ରାଷ୍ଟ୍ରପତି ରାମନଥ କୋବିନ୍ଦ

ଓଡିଆରେ ଭାଷଣ ଦେଲେ ରାଷ୍ଟ୍ରପତି ରାମନଥ କୋବିନ୍ଦ

0

କଟକ : କଟକରେ ପହଞ୍ଚିବା ପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପ୍ରଥମେ ନେତାଜୀଙ୍କ ଜନ୍ମ ସ୍ଥାନ ନେତାଜୀ ସଂଗ୍ରହାଳୟକୁ ଯାଇଥିଲେ।  ଏହାପରେ  ରାଷ୍ଟ୍ରପତି କୋବିନ୍ଦ,  ବିଜୁ ବାବୁଙ୍କର ପୈତୃକ ବାସ ଭବନ  ଆନନ୍ଦ ଭବନ  ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରକୁ ଲୋକାର୍ପଣ କରିଛନ୍ତି । ପରେ  ଇନ୍‌ଡୋର୍‌ ଷ୍ଟାଡିୟମରେ ଅନୁଷ୍ଠିତ ସାଧାରଣ ସଭାରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।  ଓଡିଆରେ ରାଷ୍ଟ୍ରପତି ନିଜର ଅଭିଭାଷଣ ଆରମ୍ଭ କରିବା ପରେ ହିନ୍ଦୀରେ ବିସ୍ତୃତ ଭାବରେ ଭାଷଣ ଦେଇଥିଲେ । ପ୍ରଥମେ ଉପସ୍ଥିତ ଅତିଥିମାନଙ୍କୁ ସମ୍ବୋଧିତ କରିବା ପରେ  ଓଡିଆରେ ‘ ମୁଁ ଓଡିଶାର ପବିତ୍ର ମାଟି ଆଉ ଏହାର ଜନତାଙ୍କୁ ପ୍ରଣାମ ଜଣାଉଛି’  ବୋଲି କହିଥିଲେ । କରତାଳିରେ ସାରା ଇନ୍‌ଡୋର ଷ୍ଟାଡିୟମ ଗୁଞ୍ଜରିତ ହୋଇଥିଲା । ସାଧାରଣ ସଭାରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଏସ୍‌ ସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ I

.ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଉତ୍କଳ ଦିବସ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି । ବିଜୁବାବୁଙ୍କ ଉପରେ କେବଳ ଓଡ଼ିଶା ନୁହେଁ ସଂପୂର୍ଣ୍ଣ ଦେଶ ଗର୍ବ ଅନୁଭବ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି । ଏହା ସହିତ ନେତାଜୀଙ୍କ ପୈତୃକ ବାସଭବନ ବୁଲି ମୁଁ ଧନ୍ୟ ହେଲି I ଆମ ଜୀବନରେ ବିଜୁବାବୁଙ୍କ ଚିନ୍ତାଧାରାକୁ ଚିରିତାର୍ଥ କରିବା ଉଚିତ ବୋଲି କହିଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ I

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

i

LEAVE A REPLY

Please enter your comment!
Please enter your name here