Home Uncategorized ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ନଗେନ ରାୟଙ୍କ ପରଲୋକ

ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ନଗେନ ରାୟଙ୍କ ପରଲୋକ

0

କଟକ: ବିଶିଷ୍ଟ ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ନଗେନ ରାୟଙ୍କର ଦେହାନ୍ତ ହୋଇଛି । ୮୨ ବର୍ଷ ବୟସରେ ସେ ଦେହ ତ୍ୟାଗ କରିଛନ୍ତି । ଆଜି ସକାଳେ କଟକ ଶାସ୍ତ୍ରୀନଗରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ପ୍ରଥମ ଓଡ଼ିଆ ରଙ୍ଗୀନ କଥାଚ୍ଚିତ୍ର ‘ଗପ ହେଲେ ବି ସତ’ର ନିର୍ଦ୍ଦେଶକ ଥିଲେ ନଗେନ । ୧୯୮୦ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ତପସ୍ୟା’ ନଗେନଙ୍କ ନିର୍ଦ୍ଦେଶିତ ଶେଷ ଫିଲ୍ମ ଥିଲା । ନଗେନଙ୍କ ମୃତ୍ୟୁରେ ସାରା ସିନେମା ଜଗତରେ ଶୋକର ବାତାବରଣ ଖେଳିଯାଇଛି ।  ଆଜି ଅନେକ କଳାକାର ଓ ପ୍ରଶଂସକ ତାଙ୍କ ବାସଭବନକୁ ଯାଇ ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ । 

LEAVE A REPLY

Please enter your comment!
Please enter your name here