Home Uncategorized ଓଡିଆ ନ ଜାଣି ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପରିତାପର ବିଷୟ: ପୂର୍ବତନ ବିଜେଡ଼ି ସାଂସଦ ବୈଷ୍ଣବ...

ଓଡିଆ ନ ଜାଣି ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପରିତାପର ବିଷୟ: ପୂର୍ବତନ ବିଜେଡ଼ି ସାଂସଦ ବୈଷ୍ଣବ ପରିଡ଼ା

0

ଭୁବନେଶ୍ୱର: ଓଡିଆ କହିପାରୁନଥିବା ଯୋଗୁଁ ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳଗୁଡ଼ିକର ଟାର୍ଗେଟ ହୋଇଆସୁଛନ୍ତି । ଏଥିପାଇଁ ଏବେ ଦଳ ଭିତରୁ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଲାଣି । ଆଜି ବିଜେଡିର ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ସିଧାସଳଖ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଓଡିଆ ଜାଣିନଥିବା କିମ୍ବା ଓଡିଆ ଭାଷା ଜ୍ଞାନ ନଥିବା ବ୍ୟକ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପରିତାପର ବିଷୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏତେବର୍ଷ ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ଓଡିଆ ଭାଷା ନ ଜାଣିବା ଲଜ୍ଜାର ବିଷୟ ଅଟେ ।  ଆଗାମୀ ଦିନରେ ଯଦି ଭାଷା ନାହିଁ, ତେବେ ଭୋଟ୍ ନାହିଁ । 
ସେ ଆହୁରି ମଧ୍ୟ କହିଛନ୍ତି ଯେ,  “ନବୀନ ପଟ୍ଟନାୟକ ଯଦି ସାଧାରଣ ବ୍ୟକ୍ତି ହୋଇଥାନ୍ତେ, ତାହା ହେଲେ ସେ ଓଡ଼ିଆ ଭାଷା ନ ଜାଣିବାରେ କିଛି  ଅସୁବିଧା ନ ଥିଲା । ଯେହେତୁ ସେ ସେ ଲୋକଙ୍କ ପ୍ରତିନିଧି ଓଡ଼ିଆ ଜାଣିବା ତାଙ୍କର ପ୍ରଥମ ଦାୟିତ୍ୱ ।”

 
ଅପରପକ୍ଷେ ବୈଷ୍ଣବଙ୍କ କଟାକ୍ଷର ଜବାବ ଦେଇଛନ୍ତି ସମ୍ବଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ । ସେ କହିଛନ୍ତି ଯେ,ବୈଷ୍ଣବଙ୍କ ବୟାନର କୌଣସି ଯଥାର୍ଥତା ନାହିଁ । ମୁଖ୍ୟମନ୍ତ୍ରୀ ଭଲ ଓଡିଆ ଜାଣନ୍ତି ଓ ବୁଝନ୍ତି । ବୈଷ୍ଣବଙ୍କର ଦଳରେ କୌଣସି ଅସ୍ତିତ୍ୱ ନାହିଁ । 

LEAVE A REPLY

Please enter your comment!
Please enter your name here