Home Uncategorized ଓଡିଶାରେ ରାନ୍‌ସମ୍‌ୱେର୍‌ ଭାଇରସ୍: ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ ସିଷ୍ଟମ୍ ହ୍ୟାକ୍

ଓଡିଶାରେ ରାନ୍‌ସମ୍‌ୱେର୍‌ ଭାଇରସ୍: ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ ସିଷ୍ଟମ୍ ହ୍ୟାକ୍

0

ଭୁବନେଶ୍ୱର- ଓଡିଶାକୁ ପ୍ରେବେଶ କରିଛି ରାନ୍‌ସମ୍‌ୱେର୍‌ ଭାଇରସ୍ । ଏହାର ପ୍ରଥମ ଶୀକାର ହୋଇଛି ବ୍ରହ୍ମପୁର ସିଟି ହସ୍ପିଟାଲ । ହସ୍ପିଟାଲର ଇନ୍‌ଫର୍‌ମେସନ୍‌ ସିଷ୍ଟମ୍‌ର ଆଟାକ୍ କରିଛି ରାନ୍‌ସମ୍‌ୱେର୍‌ ଭାଇରସ୍ । ୨୦ ତାରିଖ ସୁଦ୍ଧା ହ୍ୟାକର୍‌କୁ ୩୦୦ ଡଲାର ଦବା ପାଇଁ ମେସେଜ୍ ଆସିଛି । ମେ ୧୪ ତାରିଖରେ କମ୍ପ୍ୟୁଟରରେ କିଛି ଅସୁବିଧା ଦେଖାଯିବା ପରେ ଗତକାଲି ରନ୍ସମ୍ୱେର୍ ଭାଇରସ୍ ଆଟାକ୍ କରିଥିବା ଜଣାପଡିଥିଲା । ଏନେଇ ବ୍ରହ୍ମପୁର ଟାଉନ୍ ଥାନାରେ ହସ୍ପିଟାଲର ଏଡିଏମ୍ଓ ସରୋଜ ମିଶ୍ର ଏତଲା ଦେଇଛନ୍ତି । ଇତିମଧ୍ୟରେ ତଦନ୍ତ ପାଇଁ ବ୍ରହ୍ମପୁରରେ ଦୁଇଜଣ ଆଇଟି ବିଶେଷଜ୍ଞ ଯାଇ ପହଞ୍ଚିଛନ୍ତି । ଏହି ବିଶେଷଜ୍ଞ ଦଳ ଭାଇରସ୍କୁ ନେଇ ଅନୁଧ୍ୟାନ କରିବ । ସାଇବର୍ ଆଟାକ୍‌କୁ  ନେଇ ଓଡିଶାର ଜନସାଧାରଣ ବିଚଳିତ ହେବାର ଆବଶ୍ୟକତା ନାହିଁ , ଏନେଇ ସଚିବାଳୟରେ ଆଜି ଉଚ୍ଚସ୍ତରୀୟ ବୈଠକ ବସିବ ବୋଲି ଆଇଟି ମନ୍ତ୍ରୀ ସାରଥୀ ବେହେରା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here