Home Uncategorized ଓଲିଉଡ୍‌ ଅଭିନେତା ପୁପିନ୍ଦରଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି

ଓଲିଉଡ୍‌ ଅଭିନେତା ପୁପିନ୍ଦରଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି

0

ଭୁବନେଶ୍ୱର: ଅର୍ଥ ଠକେଇ ଅଭିଯୋଗରେ ଓଲିଉଡ୍‌ ଫିଲ୍ମ ଅଭିନେତା ତଥା ପ୍ରଯୋଜକ  ପୁପିନ୍ଦର ସିଂଙ୍କ ନାଁରେ ଜାମିନ ବିହୀନ ଗିରଫ ପରଓ୍ଵାନା (ଏନବିଡବ୍ଲ୍ୟୁ) ଜାରି ହୋଇଛି । ଫଳରେ କୌଣସି ମୁହୂର୍ତ୍ତରେ ପୁପିନ୍ଦର ଗିରଫ ହେବାର ଆଶଙ୍କା ଦେଖାଦେଇଛି । ଭୁବନେଶ୍ଵର ଜେଏମଏଫସି କୋର୍ଟ ପୁପିନ୍ଦରଙ୍କ ସମେତ ତାଙ୍କ ପତ୍ନୀଙ୍କ ନାମରେ ମଧ୍ୟ ଏନବିଡବ୍ଲ୍ୟୁ ଜାରି କରିଛନ୍ତି ।

‘ ପୁପିନ୍ଦର ଜଣେ ଖଣି କମ୍ପାନିଠାରୁ ଚୁକ୍ତି କରି  ଫିଲ୍ମ ନିର୍ମାଣ ଲାଗି ଟଙ୍କା ନେଇ ଥିଲେ । ଏହି ଟଙ୍କା ଫେରସ୍ତ ଲାଗି ସେ କମ୍ପାନିକୁ ୫ଟି ଚେକ୍‌ ଦେଇଥିଲେ । ଏଥିମଧ୍ୟରୁ ୩ଟି ଚେକ୍‌ ବାଉନ୍ସ ହୋଇଥିଲା । ଏହାଫଳରେ କମ୍ପାନି ପକ୍ଷରୁ ଅଦାଲତରେ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ  ଭୁବନେଶ୍ୱର ଜେଏମ୍‌ଏଫସି କୋର୍ଟ ପୁପିନ୍ଦରଙ୍କୁ  ବ୍ୟକ୍ତିଗତଭାବେ ହାଜିର ହେବା ଲାଗି ସମନ କରିଥିଲେ । ବାରମ୍ବାର ନୋଟିସ କଲା ପରେ ମଧ୍ୟ ହାଜର ନହେବାରୁ  ପୁପିନ୍ଦର ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଭୁବନେଶ୍ଵର ଜେଏମଏଫସି କୋର୍ଟ ପକ୍ଷରୁ ଏନବିଡବ୍ଲ୍ୟୁ ଜାରି କରାଯାଇଛି‘ ବୋଲି ପୋଲିସ୍‌ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here