Home Uncategorized ଓଡ଼ିଶାର ସର୍ବ କନିଷ୍ଠ ଏଆଇସିସି ସଦସ୍ୟ : ମନସା ତ୍ରିପାଠୀ

ଓଡ଼ିଶାର ସର୍ବ କନିଷ୍ଠ ଏଆଇସିସି ସଦସ୍ୟ : ମନସା ତ୍ରିପାଠୀ

0

୨୦ ବର୍ଷ ବୟସ୍କା ମନସା ତ୍ରିପାଠୀ ଅଲଇଣ୍ଡିଆ କଂଗ୍ରେସ କମିଟିରେ ସଦସ୍ୟ ଭାବେ ରାହୁଲଙ୍କ ଯୁବ ବ୍ରିଗେଡ଼ରେ ସ୍ଥାନ ପାଇଛନ୍ତି I ଏଆଇସିସିରେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା  ତାରାପ୍ରସାଦ ବାହିନୀ ପତି, ପ୍ରଫୁଲ ମାଝୀ, ଚନ୍ଦ୍ରଶେଖର ମାଝୀଙ୍କ ଭଳି ବିଧାୟକମାନଙ୍କୁ ସ୍ଥାନ ମିଳି ନଥିବାବେଳେ ମନସାଙ୍କ ନୁଆ ନିଯୁକ୍ତି ନେଇ ଚର୍ଚ୍ଚା ଚାଲିଛି I

କଂଗ୍ରେସ ଭଳି ଏକ ପୁରୁଣା ଜାତୀୟ ଦଳରେ ତାଙ୍କ ଭଳି ଯୁବାବର୍ଗଙ୍କୁ ସାମିଲ କରାଯାଇଥିବା ନେଇ ମନସା ଖୁସି ପ୍ରକଟ କରିଛନ୍ତି । ନବରଙ୍ଗପୁର ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସମ୍ମାନ ବିଷୟ ନେଇ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ପଢୁଥିବା ମନସା ସ୍କୁଲ ଜୀବନରୁ ସମାଜସେବା ସହିତ ଜଡ଼ିତ ଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here