Home Uncategorized ଔଷଧ ଦୋକାନରେ ତାଲା, ରୋଗୀ ହନ୍ତସନ୍ତ

ଔଷଧ ଦୋକାନରେ ତାଲା, ରୋଗୀ ହନ୍ତସନ୍ତ

0

ଭୁବନେଶ୍ୱର- ଆଜି ଦେଶବ୍ୟାପୀ ଔଷଧ ଦୋକାନୀମାନେ ଧର୍ମଘଟ କରିଛନ୍ତି । ଏଥିଯୋଗୁଁ ମଧ୍ୟରାତ୍ରୀରୁ ରାଜ୍ୟର ଅଧିକାଂଶ ଔଷଧ ଦୋକାନ ବନ୍ଦ ରହିଛି । ଆନ୍ଦୋଳନରେ ରାଜ୍ୟର ୨୦ହଜାର ଔଷଧ ଦୋକାନୀ ସାମିଲ୍ ହୋଇଛନ୍ତି । ଅନ୍ଲାଇନ୍ରେ ଔଷଧ ବିକ୍ରି ଓ କେନ୍ଦ୍ରୀୟ ଇ-ପୋର୍ଟାଲ୍ ବ୍ୟବସ୍ଥାକୁ ବିରୋଧ କରି ସର୍ବଭାରତୀୟ କେମିଷ୍ଟ୍ ଓ ଡ୍ରଗିଷ୍ଟ ସଂଘ ଏହି ବନ୍ଦ ଡାକରା ଦେଇଛି । ବନ୍ଦରେ ସମସ୍ତ ହୋଲସେଲ୍ ଓ ରିଟେଲ୍ ମେଡିସିନ୍ ଦୋକାନ ସାମିଲ ହୋଇଛି । କିନ୍ତୁ ବନ୍ଦରେ କଟକ ଔଷଧ ସଂଘ ସାମିଲ୍ ହୋଇନାହିଁ । ହସ୍୍ପିଟାଲ ମଧ୍ୟରେ ଥିବା ଔଷଧ ଦୋକାନଗୁଡ଼ିକ ଖୋଲା ଅଛି । ଆଜି ଔଷଧ ଦୋକାନ ବନ୍ଦ ଥିବାରୁ ରୋଗୀମାନେ ଦୂରଦୂରାନ୍ତରୁ ହସ୍୍ପିଟାଲକୁ ଯାଇ ଔଷଧ ଆଣୁଥିବାର ଦେଖାଯାଇଛି । ଏହାବ୍ୟତୀତ ହସ୍୍ପିଟାଲରେ ଥିବା ଔଷଧ ଦୋକାନଗୁଡ଼ିକରେ ପ୍ରବଳ ଭିଡ ଜମୁଥିବାରୁ ରୋଗୀ ତଥା ସେମାନଙ୍କ ସମ୍ପର୍କୀୟମାନଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଠିଆ ହୋଇ ଔଷଧ ଆଣିବାର ଦେଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here