Home ଦେଶ ବିଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅଜୟ ମାକନ

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅଜୟ ମାକନ

0
(ନୂଆଦିଲ୍ଲୀ)- ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଅଜୟ ମାକନ । ଏନେଇ ସେ ଗତ ୧୩ ତାରିଖରୁ ଏକ ଇସ୍ତଫା ପତ୍ର ରାହୁଲ ଗାଦ୍ଧି ଏବଂ ଦିଲ୍ଲୀର ପ୍ରଭାରି ପିସି ଚାକୌଙ୍କ ପାଖକୁ ପଠାଇ ଦେଇଛନ୍ତି । ତେବେ ଅଜୟଙ୍କ ଇସ୍ତଫା ପତ୍ରକୁ କଂଗ୍ରେସ ଖଣ୍ଡନ କରିଛି । ସ୍ୱାସ୍ଥ୍ୟଗତ କାରଣରୁ ଦଳରୁ ଇସ୍ତଫା ଦେଇଥିବା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ଦଳ ପକ୍ଷରୁ କୁହାଯାଇଛି ଯେ, ଅଜୟ ଇସ୍ତଫା ଦେଇନାହାନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ସେ ଦିଦେଶକୁ ଚିକିତ୍ସା ପାଇଁ ଯାଇଛନ୍ତି । ସେ ଖୁବ୍ ଶିଘ୍ର ଫେରିବେ । ଏଭଳି ପରିସ୍ଥିିତିରେ କଂଗ୍ରେସ ତାଙ୍କ ଇସ୍ତଫା ପତ୍ରକୁ ଖଣ୍ଡନ କରୁଥିବା ବେଳେ ତାଙ୍କ ସ୍ଥାନରେ ଜଣେ ଯୁବକଙ୍କୁ ଦାୟିତ୍ୱ ଦେବାକୁ ଦଳ ଚିନ୍ତା କରୁଛି । ଏହା ପୂର୍ବରୁ ଅଜୟ ଦିଲ୍ଲୀ ପ୍ରଦେଶ କଂଗ୍ରେସ ପଦରୁ ଉସ୍ତଫା ଦେଇଥିଲେ ମଧ୍ୟ ତାଙ୍କ ଇସ୍ତଫା ପତ୍ର ଗ୍ରାହଣ କରାଯାଇ ନଥିଲା ।