Home Uncategorized କଂଗ୍ରେସ ଛାଡ଼ିଲେ ଓଲିଉଡ୍‌ର ବରିଷ୍ଠ ଅଭିନେତା ବିଜୟ ମହାନ୍ତି

କଂଗ୍ରେସ ଛାଡ଼ିଲେ ଓଲିଉଡ୍‌ର ବରିଷ୍ଠ ଅଭିନେତା ବିଜୟ ମହାନ୍ତି

0

ଭୁବନେଶ୍ୱର: ଓଲିଉଡ୍‌ର ବରିଷ୍ଠ ଅଭିନେତା ତଥା ଗତ ନିର୍ବାଚନରେ ଦଳର ସାଂସଦ ପ୍ରାର୍ଥୀ ବିଜୟ ମହାନ୍ତି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଗତ ୩୧ ତାରିଖରେ ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇଛନ୍ତି। ୨୦୧୪ ନିର୍ବାଚନ ପରେ ରାଜନୀତିରେ ସକ୍ରିୟ ନ ଥିବାରୁ କଂଗ୍ରେସରେ ରହିବାର ଆବଶ୍ୟକତା ନାହିଁ ବୋଲି ସେ ଯୁକ୍ତି ଦର୍ଶାଇ ଇସ୍ତଫା ଦେଇଥିବା କହିଛନ୍ତି। କଂଗ୍ରେସରୁ ବିଜୟଙ୍କ ଇସ୍ତଫା ପୁଣି ଓଲିଉଡ୍‌-ରାଜନୀତିରେ ଚର୍ଚ୍ଚାଜୋର ଧରିଚି I ଅନ୍ୟ କୌଣସି ଦଳରେ ଯୋଗ ଦେବା ଯୋଜନାକୁ ବିଜୟ ଅସ୍ୱୀକାର କରିଛନ୍ତି। ଏ ନେଇ କୌଣସି ଦଳ ସହ ଆଲୋଚନା କରିନାହାନ୍ତି କିମ୍ବା ଏ ଦିଗରେ ଚିନ୍ତା କରି ନାହାନ୍ତି ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here