Home ଓଡିଶା କଂଗ୍ରେସ ‘ହାତ’ ଛାଡିଲେ ସୁଲୋଚନା

କଂଗ୍ରେସ ‘ହାତ’ ଛାଡିଲେ ସୁଲୋଚନା

ଭୁବନେଶ୍ୱର- କଂଗ୍ରେସ ମୁଖପାତ୍ର ଓ ସାଧାରଣ ସମ୍ପାଦକ ସୁଲୋଚନା ଦାସ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ନେଇ ସୁଲୋଚନା ନିଜେ ଟ୍ୱିଟ୍ କରି ଜଣାଇଥିଲେ । ସୁଲୋଚନା ଟ୍ୱିଟ୍‌ କରିଛନ୍ତି ଯେ, ପିସିସି ଓ କଂଗ୍ରେସ ବିଧାୟକ ଦଳ ମଧ୍ୟରେ ସମନ୍ୱୟର ଅଭାବ ଓ ଦଳରେ ବିଶୃଙ୍ଖଳା ଯୋଗୁଁ କାମ କରିବାରେ ସମସ୍ୟା ଦେଖାଦେଇଥିଲା । ଏଥିସହିତ ଦଳ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇଛି। ସେ ନିଜେ କୌଣସି ଗ୍ରୁପ୍‌ରେ ଫିଟ୍ ହେଉନାହାଁନ୍ତି ବୋଲି କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି  । ଆଜି ସକାଳେ ସୁଲୋଚନା ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଦୁଇ ଦିନ ତଳେ ସୁଲୋଚନା କଂଗ୍ରେସ ଦଳ ଛାଡିବା ନେଇ ଚର୍ଚ୍ଚା ହୋଇଥିଲା । ମାତ୍ର ସେ କେଉଁ ଦଳରେ ଯୋଗ ଦେବେ ତାହା ସ୍ଥିର ହୋଇନାହିଁ ।  ନବୀନଙ୍କ ସହ ଦେଖା କରିବା ପରେ ସୁଲୋଚନା ବିଜେଡିରେ ଯୋଗ ଦେବା ନେଇ କଳ୍ପନା ଜଳ୍ପନା ଅାରମ୍ଭ ହୋଇ ଯାଇଛି । ବୋଧହୁଏ ଆସନ୍ତା କାଲି ବିଧିବଦ୍ଧ ଭାବେ ସୁଲୋଚନା ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିଗତ ଦୁଇ ମାସ ମଧ୍ୟରେ କଂଗ୍ରସର ୧୨ରୁ ଅଧିକ ନେତା ଦଳ ଛାଡି ଅନ୍ୟ ଦଳରେ ମିଶିଛନ୍ତି । କଂଗ୍ରେସର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡିବା ଏବେ ଦଳ ପାଇଁ ଚିନ୍ତାର କାରଣ ହୋଇଯାଇଛି।