Home ଅପରାଧ କଟକରେ ପୁଣି ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସୌମ୍ୟରଞ୍ଜନ ଆହତ

କଟକରେ ପୁଣି ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସୌମ୍ୟରଞ୍ଜନ ଆହତ

0

କଟକ: କଟକରେ ପୁଣି ଏନକାଉଣ୍ଟର । କମିଶନରେଟ ପୋଲିସ ଗୁରୁବାର ସଂଧ୍ୟାରେ ଚୌଦ୍ୱାର ଅଞ୍ଚଳରେ ଏନକାଉଣ୍ଟର କରିଛି । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସୌମ୍ୟରଞ୍ଜନ ସାହୁ ଆହତ ହୋଇଛି । ସୌମ୍ୟର ଗୋଡରେ ଗୁଳି ବାଜିଛି । ତାକୁ  ଏସ୍‌ସିବିରେ ଭର୍ତ୍ତି କରାଯାଇଛି । ସୌମ୍ୟ ଚୌଦ୍ୱାରରେ ବୁଲୁଥିବା ଖବର ପାଇ ପୋଲିସ ଧରିବାକୁ ଯାଇଥିଲା ।  ତେବେ ସୁରାକ ପାଇ ସେ ପୋଲିସ ଉପରକୁ ଗୁଳି କରି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଏହି ଏନକାଉଣ୍ଟର ହୋଇଛି । ସୌମ୍ୟଠାରୁ  ପିସ୍ତଲ, ଗୁଳି ଏବଂ ମଟର ସାଇକେଲ ଜବତ ହୋଇଛି । ବିଭିନ୍ନ ଥାନାରେ ସୌମ୍ୟ ନା ରେ ୧୨ଟି ମାମଲା ଥିବା ଜଣାପଡିଛି ।  ଗତ ଗୁରୁବାର ମଧ୍ୟ କମିଶନରେଟ ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଦ୍ଧିଆ ଆହତ ହୋଇଥିଲା । ଚଳିତ ମାସରେ ଏହା କମିଶନରେଟ ପୋ ଲିସର ୨ୟ ଏନକାଉଣ୍ଟର ହୋଇଥିବାବେଳେ ଗତ ଦୁଇ ବର୍ଷରେ ଏହା ୮ ନଂ ଏନକାଉଣ୍ଟର।

LEAVE A REPLY

Please enter your comment!
Please enter your name here