Home ଅପରାଧ କଟକରେ ପୁଣି ଏନ୍‌କାଉଣ୍ଟାର ! ଅପରାଧୀ ତପନ ନାୟକ ଆହତ

କଟକରେ ପୁଣି ଏନ୍‌କାଉଣ୍ଟାର ! ଅପରାଧୀ ତପନ ନାୟକ ଆହତ

0

କଟକ: କଟକ ମାଲଗୋଦାମ ଅଚଂଳରେ ଏନକାଉଂଟର ହୋଇଛି । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ତପନ ନାୟକ(୨୮) ଆହତ ହୋଇଛି ।
ରାତି ପ୍ରାୟ ୨ଟା ବେଳେ ମାଲଗୋଦାମ ଥାନା ଅନ୍ତର୍ଗତ ଆଇନ ମହାବିଦ୍ୟାଳୟ ନିକଟରେ ତପନକୁ ଧରିବା ପାଇଁ ପୋଲିସ ଉଦ୍ୟମ କରିବାବେଳେ ସେ ଗୁଳି ଚଳାଇବାରୁ ପୋଲିସ ପାଲଟା ଗୁଳି ଚଳାଇଥିଲା । ଗୁଳି ତପନର ବାମ ଜଙ୍ଘରେ ବାଜିଥିଲା । ତପନ ଆହତ ହୋଇ ପଡ଼ିଯିବା ପରେ ତାକୁ କାବୁ କରି ନିଆଯାଇଥିଲା  । ତପନକୁ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା ନିକଟରୁ ଗୋଟିଏ ୯ ଏମଏମ ପିସ୍ତଲ, ଦୁଇଟି ଗୁଳି, ବାଇକ, ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି ।ତପନ ନାଁରେ କଟକର ମାଲଗୋଦାମ ଓ ଜଗତପୁର ଥାନାରେ ଥାନାରେ ୧୨ଟି ମାମଲା ରହିଛି ।
 
 
 

LEAVE A REPLY

Please enter your comment!
Please enter your name here