Home Uncategorized କଟକରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିଜେପିର ବିରୋଧ ! କଳାପତାକା ସହ ଚୁଡି ପ୍ରଦର୍ଶନ

କଟକରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିଜେପିର ବିରୋଧ ! କଳାପତାକା ସହ ଚୁଡି ପ୍ରଦର୍ଶନ

0

କଟକ: କଟକରେ ଉଦଘାଟନ ରାଜନୀତି । କଟକରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାକୁ ପହଁଚିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ବିରୋଧ କରି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କଟକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସିଡିଏ ନିକଟରେ ଯୁବମୋର୍ଚ୍ଚା କର୍ମୀମାନେ କଳାପତାକା ଓ ଚୁଡ଼ି ପ୍ରଦର୍ଶନ କରିଛନ୍ତି ।  ବିକ୍ଷୋଭ କରିଥିବା ୫୦ ଜଣ କର୍ମୀଙ୍କୁ ପୋଲିସ ଉଠାଇ ନେଇଛି ।

ସେହିପରି ଯୋବ୍ରା ବ୍ୟାରେଜ ନିକଟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରାଯାଇଛି ।  ପୋଲିସ ଗାଡ଼ିକୁ ବିଜେପି କର୍ମୀ ଅଣ୍ଡାମାଡ଼ କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରୀୟ ଅନୁଦାନରେ ଏଲଇଡ଼ି ଆଲୋକୀକରଣ କାର୍ଯ୍ୟ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ କୌଣସି ପ୍ରତିନିଧିଙ୍କୁ ଉତ୍ସବରେ ସାମିଲ କରନଯିବାର ପ୍ରତିବାଦ କରିଛି ବିଜେପି ଯୁବ ମୋର୍ଚ୍ଚା ।

ଅନ୍ୟପକ୍ଷରେ କଟକରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଏସ୍‌ସିବି ପରିସରରେ ସେ ନୂଆ ବିଲ୍‌ଡିଂ ସହିତ ନର୍ସିଂ କଲେଜର ନୂଆ ଗୃହର ଉଦଘାଟନ କରିଛନ୍ତି ।  ଏହା ସହିତ ଏକ ନୂଆ ଅଡିଟୋରିଅମ୍ ଓ ନର୍ସିଂ ଛାତ୍ରୀଙ୍କ ହଷ୍ଟେଲ ମଧ୍ୟ ଉଦଘାଟନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here