Home ଦେଶ ବିଦେଶ କରୋନାରେ ପ୍ରାଣ ହରାଇଲେ ଆଉ ଜଣେ ବିଧାୟକ

କରୋନାରେ ପ୍ରାଣ ହରାଇଲେ ଆଉ ଜଣେ ବିଧାୟକ


କୋଲକାତା: ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ପାର୍ଟି ବିଧାୟକ ତମୋନାଶ ଘୋଷଙ୍କର ବୁଧବାର ପରଲୋକ ହୋଇଯାଇଛି। ମେ’ ଶେଷ ସପ୍ତାହରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ୬୦ ବର୍ଷ ବୟସ୍କ ତମୋନାଶଙ୍କର କରୋନା ଚିକିତ୍ସା ଚାଲିଥିବାବେଳେ ଆଜି ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ସେ ଦଳ ପାଇଁ ଗତ ୩୫ ବର୍ଷ ଧରି କାମ କରି ଆସୁଥିଲେ।  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

ମମତା ବାନାର୍ଜୀ ଏକ ଟ୍ୱିଟ କରି କହିଛନ୍ତି, ଫଲ୍‌ଟାରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ତମୋନାଶ ଆଉ ନାହାନ୍ତି। ୩୫ ବର୍ଷ ଧରି ସେ ଆମ ସହ ଥିଲେ। ସେ ଦଳ ଏବଂ ଲୋକଙ୍କ ପାଇଁ ସମର୍ପିତ ଥିଲେ।

ଅନ୍ୟଏକ ଟ୍ୱିଟ କରି ମମତା ବାନାର୍ଜୀ ତାଙ୍କ ପରିବାରକୁ ସମବେଦନା ଜଣାଇ କହିଛନ୍ତି ‘ ତାଙ୍କ ବିୟୋଗରେ ଯେଉଁ କ୍ଷତି ହୋଇଛି ତାହା ଅପୂରଣୀୟ। ମୁଁ ସମସ୍ତଙ୍କ ତରଫରୁ ତାଙ୍କ ପତ୍ନୀ ଝରଣା, ଦୁଇ ଝିଅ ଏବଂ ତାଙ୍କ ଶୁଭଚିନ୍ତକଙ୍କ ପ୍ରତି ଗଭୀର ସମବେଦନା ପ୍ରକଟ କରୁଛି।‘

ସୂଚନାଥାଉ କି, ଏହା ପୂର୍ବରୁ ତାମିଲନାଡୁର ଡିଏମ୍‌କେ ବିଧାୟକ ଜେ.ଅନବାଜହାଗନଙ୍କର ମଧ୍ୟ କରୋନା ଯୋଗୁ ମୃତ୍ୟୁ ଘଟିଥିଲା।

 

ଆହୁରି ପଢ଼ନ୍ତୁ