Home Uncategorized କଳାହାଣ୍ଡିରେ ମେଡିକାଲ କଲେଜ ପାଇଁ ବେଦାନ୍ତ ସହିତ ରାଜ୍ୟ ସରକାରଙ୍କର ବୁଝାମଣା

କଳାହାଣ୍ଡିରେ ମେଡିକାଲ କଲେଜ ପାଇଁ ବେଦାନ୍ତ ସହିତ ରାଜ୍ୟ ସରକାରଙ୍କର ବୁଝାମଣା

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କଳାହାଣ୍ଡିରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଆଜି ବେଦାନ୍ତ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବେଦାନ୍ତ ପକ୍ଷରୁ କର୍ପୋରେଟ୍‌ ଷ୍ଟ୍ରାଟେଜି ନିର୍ଦେଶକ ରାହୁଲ ଶର୍ମା ଓ ଡିଏମ୍‌ଇଟିର ନିର୍ଦେଶକ ପ୍ରଫେସର ସୋନାମାଲି ବାଗ୍‌ ଏହାକୁ ସ୍ୱାକ୍ଷର କରିଛନ୍ତି I ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ଡାକ୍ତରମାନଙ୍କ ଅଭାବ ପୂରଣ କରିବା ପାଇଁ ରାଜ୍ୟ ସରକାର ୯ଟି ନୂଆ ମେଡିକାଲ କଲେଜ ସ୍ଥାପନ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଏହି କଲେଜ ସ୍ଥାପନ ଦିଗରେ ବେଦାନ୍ତ ସହଯୋଗର ହାତ ବଢ଼ାଇଛି। ଏହାଦ୍ୱାରା କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ସ୍ୱପନ୍ନ ଓ ଆବଶ୍ୟକତା ପୂରଣ ହୋଇପାରିବ I ୫ଶହ ଶଯ୍ୟା ବିଶିଷ୍ଟ ଏହି ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୧୦୦ କୋଟି ଟଙ୍କା ଖର୍ଚ କରାଯିବ I

ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ୯ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି। ସେଥିମଧ୍ୟରୁ ୭ଟି ମେଡିକାଲ କଲେଜ ଓ ହସ୍ପିଟାଲ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରତିଷ୍ଠା କରୁଥିବା ବେଳେ ୨ଟି ସରକାରୀ ଉଦ୍ୟୋଗ ଜରିଆରେ କରାଯାଉଛି। ରାଜ୍ୟରେ ଏବେ ସରକାରୀ ମେଡିକାଲ କଲେଜଗୁଡ଼ିକରେ ସମୁଦାୟ ୮୫୦ଟି ସିଟ୍‌ ଥିବା ବେଳେ ଆସନ୍ତା ବର୍ଷକୁ ଏହା ୧୦୫୦କୁ ବୃଦ୍ଧି ପାଇବ। ନିର୍ମାଣାଧୀନ ସମସ୍ତ ମେଡିକାଲ କଲେଜଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ଏମ୍‌ବିିବିଏସ୍‌ ସିଟ୍‌ ସଂଖ୍ୟା ୧୫୫୦ ହେବ। ଏହାଛଡ଼ା ଭୁବନେଶ୍ୱରରେ ହାଇଟେକ୍‌, ସମ୍‌ ଓ କିମ୍‌ସ ଭଳି ଘରୋଇ ଓ ଡିମ୍‌ଡ ବିଶ୍ୱବିଦ୍ୟାଳୟରେ ୪ଶହ ଏମ୍‌ବିବିଏସ୍‌ ସିଟ୍‌ରେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି। ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ଭବାନୀପାଟଣାରେ ଥିବା ଜନସାଧାରଣ ଭିଡିଓ କନଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସହିତ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here