Home Uncategorized କଳିଙ୍ଗ ଷ୍ଟାଡିୟମ୍‌ରେ ନୂଆ ସିନ୍ଥେଟିକ୍‌ ଟ୍ରାକ୍‌ ଉଦ୍‌ଘାଟିତ

କଳିଙ୍ଗ ଷ୍ଟାଡିୟମ୍‌ରେ ନୂଆ ସିନ୍ଥେଟିକ୍‌ ଟ୍ରାକ୍‌ ଉଦ୍‌ଘାଟିତ

0

ଭୁବନେଶ୍ୱର- ଜୁଲାଇ ୫ରେ ଆରମ୍ଭ ହେବାକୁ ଯାଉଥିବା ୨୨ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ଆଜି କଳିଙ୍ଗ ଷ୍ଟାଡିୟମର ନୂଆ ସିନ୍ଥେଟିକ୍‌ ଟ୍ରାକ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି ।  ନୂତନ ଅଭ୍ୟାସ ଟ୍ରାକ୍‌କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଚାମ୍ପିଅନସିପ୍‌ ମେଡାଲର ମୁଖ୍ୟମନ୍ତ୍ରୀ ଅନାବରଣ କରିଥିଲେ । ଟ୍ରାକ୍‌ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ୪ଜଣ ଓଡିଆ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ, ଜଉନା ମୁର୍ମୁ ଓ ଅମୀୟ ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ମୁଖ୍ୟ ସିନ୍ଥେଟିକ୍‌ ଟ୍ରାକ୍‌ରେ ପୂର୍ବତନ ଓଡିଆ ଖେଳାଳିମାନେ ଦୌଡିବେ । ସେମାନଙ୍କ ପାଇଁ ୧୦୦ ମିଟର ଦୌଡ଼ର ଆୟୋଜନ କରାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here