Home ବାଣିଜ୍ୟ କାନାରା ବ୍ୟାଙ୍କର ଗ୍ରାହକ ସମ୍ମିଳନୀ

କାନାରା ବ୍ୟାଙ୍କର ଗ୍ରାହକ ସମ୍ମିଳନୀ

0

ଭୁବନେଶ୍ୱର,୨୧-୧୧- କାନାରା ବ୍ୟାଙ୍କର ୧୧୨ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ଗ୍ରାହକ ସମ୍ମିଳନୀ ବ୍ୟାଙ୍କର ସ୍ଥାନୀୟ ମଣ୍ଡଳ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। କାନାରା ବ୍ୟାଙ୍କ ଅଫିସର୍ସ ଆସୋସିଏଶନ୍‌ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏହିଭଳି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ କ୍ଷେତ୍ରୀୟ ସମ୍ପାଦକ ଏଚ୍‌.କେ ପଣ୍ଡା, ସାଧାରଣ ସମ୍ପାଦକ ପି.କେ. ମହାନ୍ତି, ଉପମହାପ୍ରବନ୍ଧକ ଶ୍ରୀକାନ୍ତ ମହାପାତ୍ର ଉପସ୍ଥିତ ରହି ବ୍ୟାଙ୍କର ଉନ୍ନତି ଲାଗି ଅଫିସର୍ସ ଆସୋସିଏଶନର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଜିଲା ସମ୍ପାଦକ କେ.କେ. ନାୟକ, କୋଷାଧ୍ୟକ୍ଷ ଭଗବାନ ବାରିକ, ଏସ.ଏନ. ତ୍ରିପାଠୀ, ସୁବ୍ରତ ଦାସଙ୍କ ସମେତ ସ୍ଥାନୀୟ ଶାଖାମାନଙ୍କର ଗ୍ରାହକବୃନ୍ଦ, ଆଞ୍ଚଳିକ ଓ କ୍ଷେତ୍ରୀୟ କାର୍ଯ୍ୟାଳୟର ଅଧିକାରୀ, ଅଫିସର୍ସ ଆସୋସିଏଶନର କର୍ମକର୍ତ୍ତା ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here