Home ଅପରାଧ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା: ଆବଶ୍ୟକ ପଡ଼ିଲେ ସନ୍ଦିଗ୍ଧଙ୍କ ଲାଇ ଡିଟେକ୍ସନ ଟେଷ୍ଟ ହେବ- ପୋଲିସ୍ ଡିଜି

କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା: ଆବଶ୍ୟକ ପଡ଼ିଲେ ସନ୍ଦିଗ୍ଧଙ୍କ ଲାଇ ଡିଟେକ୍ସନ ଟେଷ୍ଟ ହେବ- ପୋଲିସ୍ ଡିଜି

0
ଭୁବନେଶ୍ୱର : କୋରାପୁଟ ଜିଲ୍ଲା କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ତଦନ୍ତ ଆଗେଇଛି  । ସନ୍ଦିଗ୍ଧଙ୍କୁ ପଚରାଉଚୁରା କରାଯାଉଛି ।  ଆବଶ୍ୟକ ପଡ଼ିଲେ ବାରମ୍ବାର ବୟାନ  ବଦଳାଉଥିବା ସନ୍ଦିଗ୍ଧଙ୍କ ଲାଇ ଡିଟେକ୍ସନ ଟେଷ୍ଟ ହୋଇପାରେ ବୋଲି କହିଛନ୍ତି ପୋଲିସ ଡିଜି ଡ. ରାଜେନ୍ଦ୍ର  ପ୍ରସାଦ ଶର୍ମା । ‘ଏହି ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ । ଘଟଣା ପଛରେ ଯବାନ କି ମାଓବଦୀ ତାହା ଜଣାପଡିନି । ତେବେ ତଦନ୍ତ ଆଶାଜନକ ଭାବେ ଆଗେଇ ଚାଲିଛି’ ବୋଲି ପୋଲିସ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ୪ ଜଣ ଯବାନ ଏହି ଦୁଷ୍କର୍ମ କରିଥିବା ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଗୁରୁତର ଅବସ୍ଥାରେ ପୀଡ଼ିତା ନାବାଳିକାକୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।