Home Uncategorized କୁନ୍ଦୁଲି ପୀଡିତାଙ୍କ ନ୍ୟାୟ ପାଇଁ ଶ୍ରୀ ଶଗରିଆଙ୍କ ଏକ ସାମ୍ବାଦିକ ସମ୍ମିଳନୀ

କୁନ୍ଦୁଲି ପୀଡିତାଙ୍କ ନ୍ୟାୟ ପାଇଁ ଶ୍ରୀ ଶଗରିଆଙ୍କ ଏକ ସାମ୍ବାଦିକ ସମ୍ମିଳନୀ

0

ଶ୍ରୀ ଶଗରିଆ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ସେ ସାରା ରାଜ୍ୟରେ ଆନ୍ଦୋଳନ ଜାରି ରଖିବେ । ସୋମବାର ଦିନ ଭୁବନେଶ୍ୱରରେ ପ୍ରତିବାଦ କାର୍ଯ୍ୟକ୍ରମ ପରେ ପର୍ଯ୍ୟାକ୍ରମେ କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ ବାଲୋଶ୍ୱର  ଆଦି ସ୍ଥାନରେ ସେ କଂଗ୍ରେସକର୍ମୀ ତଥା ସାଧାରଣ ଛାତ୍ର ଯୁବକଙ୍କୁ ଧରି ବିକ୍ଷୋଭ ପ୍ରଦର୍ଶନ କରି କୁନ୍ଦୁଲି ପୀଡ଼ିତାଙ୍କ ପାଇଁ ରାଜରାସ୍ତାରେ ନ୍ୟାୟ ମାଗିବେ ବୋଲି କହିଛନ୍ତି ଶ୍ରୀ ଶଗରିଆ ।

ଶ୍ରୀ ଶଗରିଆ କହିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ଆଇନକୁ ତା ବାଟରେ ଯିବାକୁ କହି ତଦନ୍ତକୁ ବାଟବଣା କରିବାକୁ ହୀନ ପ୍ରୟାସ କରୁଛନ୍ତି ।

ପୀଡ଼ିତାଙ୍କୁ ଚରିତ୍ରହୀନା, ମିଛ କହିବା, ଗଣଦୁଷ୍କର୍ମ ଆଦୌ ହୋଇ ନ ଥିବା ନବୀନ ପଟ୍ଟନାୟକ ନିଜ ଗୃହ ବିଭାଗର ଅଧିକାରୀମାନଙ୍କର ଅଧିକୃତ ବୟାନ । ଖୋଦ ଡିଜି ୯୦ ହଜାର ଟଙ୍କା ଲାଂଚ ଦେଇ ପୀଡ଼ିତାଙ୍କୁ ଚୁପ କରିଦେବାର ଅଭିଯୋଗରେ ଅଭିଯୁକ୍ତ । ଏଚ୍ଆର୍ପିସି ଏଡିଜି ତଦନ୍ତ ଶେଷ ହେବା ପୂର୍ବରୁ ନାବାଳିକା ଗଣ ଦୁଷ୍କର୍ମର ଶୀକାର ହୋଇ ନ ଥିବା ହାତ କାଟି ଲେଖି ଦେଇଛନ୍ତି । ରାଜ୍ୟ କ୍ରାଇମବ୍ରାଂଚ ଅଧିନରେ ଥିବା ଫୋରନେସିକ୍ ଲାବରେଟୋରୀରେ ଗଣଦୁଷ୍କର୍ମ ପ୍ରମାଣର ରିର୍ପୋଟ ନଷ୍ଟ କରିବାର ଅଭିଯୋଗ ରହିଛି

LEAVE A REPLY

Please enter your comment!
Please enter your name here