Home ଅପରାଧ କୁନ୍ଦୁଲି ପୀଡ଼ିତାଙ୍କ କେନ୍ଦ୍ରୀୟ ଫୋରେନ୍ସିକ ଯାଞ୍ଚ ,ପୋଷାକରେ ସିମେନ୍‌ ଦାଗର କୌଣସି ଚିହ୍ନ ନାହିଁ

କୁନ୍ଦୁଲି ପୀଡ଼ିତାଙ୍କ କେନ୍ଦ୍ରୀୟ ଫୋରେନ୍ସିକ ଯାଞ୍ଚ ,ପୋଷାକରେ ସିମେନ୍‌ ଦାଗର କୌଣସି ଚିହ୍ନ ନାହିଁ

0

ଡ଼ିଶା ପୁଲିସ ପକ୍ଷରୁ କୁନ୍ଦୁଲି ପୀଡ଼ିତାଙ୍କ ପୋଷାକର ଫୋରେନ୍ସିକ ଯାଞ୍ଚ ଲାଗି କୋଲକାତାର କେନ୍ଦ୍ରୀୟ ଫୋରେନ୍‌ସିକ ଲ୍ୟାବକୁ ପଠାଯାଇଥିଲା I  ସୋମବାର ଏହି ରିପୋର୍ଟ ଓଡ଼ିଶା ପୁଲିସର ହସ୍ତଗତ ହୋଇଛି I କ୍ରାଇମବ୍ରାଞ୍ଚ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ କହିଛନ୍ତି ଯେ କେନ୍ଦ୍ରୀୟ ଫୋରେନ୍‌ସିକ ଲ୍ୟାବ ରିପୋର୍ଟରେ ଏହା ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ କୁନ୍ଦୁଲି ପୀଡ଼ିତାଙ୍କ ପୋଷାକରେ ସିମେନ୍‌ ଦାଗ ଲାଗି ନ ଥିଲା ।

୨୦୧୭ ଅକ୍ଟୋବର ୧୦ ତାରିଖରେ ପୀଡ଼ିତା ସ୍କୁଲରୁ ଘରକୁ ଫେରୁଥିବା ବେଳେ ନିଛାଟିଆ ରାସ୍ତାରେ ଗଣ ଦୁଷ୍କର୍ମରେ ଶିକାର ହୋଇଥିଲା। ଅକ୍ଟୋବର ୧୧: ମାମଲାର ଗୁରୁତ୍ୱକୁ ବିଚାର କରି ଏହାକୁ ରେଡଫ୍ଲାଗ୍ ଅପରାଧ ଅନ୍ତର୍ଭୁକ୍ତ କରାଗଲା ଓ ତିନିଜଣିଆ ପୁଲିସ ଟିମ୍ ର ତଦନ୍ତ ଆରମ୍ଭ  କଲେ I ବ୍ରହ୍ମପୁର ବଡ଼ ମେଡ଼ିକାଲର ଏକ ଡାକ୍ତରୀ ଦଳ ମାଧ୍ୟମରେ ତାଙ୍କର ଚିକିତ୍ସା କରାଯାଇଥିଲା। ଗଣଦୁଷ୍କର୍ମ ଘଟଣାରେ ସୁରକ୍ଷାକର୍ମୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଥିବାରୁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ I

ଆଜି ଏହି ରିପୋର୍ଟ ଜାରି ହୋଇଛି। ଯେଉଁଥିରେ କୁନ୍ଦୁଲି ପୀଡିତାଙ୍କ ପୋଷାକରେ ସିମେନ ଦାଗ ନ ଥିବା ସ୍ପଷ୍ଟ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here