Home Uncategorized କୃଷ୍ଣସାର ମୃଗ ଶିକାର ମାମଲାରେ ସଲ୍‌ମାନ୍‌ ଖାଁ’ଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡ

କୃଷ୍ଣସାର ମୃଗ ଶିକାର ମାମଲାରେ ସଲ୍‌ମାନ୍‌ ଖାଁ’ଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡ

0

୧୯୯୮ ମସିହା କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲ୍‌ମାନ୍‌ ଖାଁ’ଙ୍କୁ ଯୋଧପୁର କୋର୍ଟ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିଲାଗି ତାଙ୍କୁ ଅଦାଲତ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୧୦,୦୦୦ ଟଙ୍କା ଜରିମାନା କରିଛନ୍ତି। କୃଷ୍ଣସାର ମୃଗ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବିଷ୍ଣୋଇ ସମ୍ପ୍ରଦାୟ ସଲ୍‌ମାନ୍‌ଙ୍କୁ ଅଧିକ ଦଣ୍ଡାଦେଶ ପାଇଁ ଦାବି କରିଥିଲେ I ବର୍ତ୍ତମାନ ସଲମାନ୍ ଖାନଙ୍କୁ ଅଦାଲତରୁ ସିଧା ଯୋଧପୁର ସେଣ୍ଟ୍ରାଲ୍ ଜେଲକୁ ନିଆଯିବ।  ୨୦ ବର୍ଷ ତଳେ ଏହି ମାମଲାରେ ଅଭିଯୁକ୍ତ ସୈଫ୍‌ ଅଲି ଖାଁ, ତବୁ, ସୋନାଲୀ ବେନ୍ଦ୍ରେ, ନୀଲମ୍‌ଙ୍କୁ ଅଦାଲତ ଖଲାସ କରିଛନ୍ତି।

LEAVE A REPLY

Please enter your comment!
Please enter your name here