Home Uncategorized କେନ୍ଦୁଝର: ପଲସରରେ ଆସି ୨୦ଲକ୍ଷ ଟଙ୍କାର ଗହଣା ଝାମ୍ପି ନେଲେ

କେନ୍ଦୁଝର: ପଲସରରେ ଆସି ୨୦ଲକ୍ଷ ଟଙ୍କାର ଗହଣା ଝାମ୍ପି ନେଲେ

0

କେନ୍ଦୁଝର:  କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ବଜାରରେ ଜଣେ ସୁନା ଦୋକାନ ମାଲିକଙ୍କଠାରୁ ୨୦ ଲକ୍ଷ ଟଙ୍କାର ଗହଣା ଲୁଟେରା ଲୁଟ ହୋଇଥିବା ଅଭିଯୋଗ ହୋଇଛି ।  ୨ ଜଣ ଦୁର୍ବୃତ୍ତ ପଲସରରେ ଆସି ଦୋକାନ ମାଲିକଙ୍କଠାରୁ ଲୁଟ କରି ଫେରାର ହୋଇଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୁନା ଦୋକାନ ମାଲିକ କୈଳାସ ଆଜି ସଟର ଖୋଲୁଥିବା ବେଳେ ତାଙ୍କ ପାଖରେ ଥିବା ଗହଣା ବ୍ୟାଗକୁ ଧରି ଚମ୍ପଟ ମାରିଥିଲେ ଲୁଟେରା । ଦୁଇ ଲୁଟେରା ଏକ ପଲସର ବାଇକରେ ଆସି ଗହଣା ବେଗ୍‌ ନେଇଯାଇଥିବା ସୁନା ଦୋକାନ ମାଲିକ କହିଛନ୍ତି । ଏ ନେଇ ଥାନାରେ ଅଭିଯୋଗ କରାଯାଇଛି । ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here