Home Uncategorized କୋଣାର୍କରେ ନୂଆ ଓଡ଼ିଶା ନିର୍ମାଣ ପାଇଁ ସଂକଳ୍ପ ସମାବେଶ

କୋଣାର୍କରେ ନୂଆ ଓଡ଼ିଶା ନିର୍ମାଣ ପାଇଁ ସଂକଳ୍ପ ସମାବେଶ

0

କୋଣାର୍କ : ପବିତ୍ର ଉତ୍କଳ ଦିବସ ଅବସରରେ ଆଜି କୋଣାର୍କ ଚନ୍ଦ୍ରଭାଗାରେ ନୂଆ ଓଡ଼ିଶା ନିର୍ମାଣ ଅଭିଯାନର ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଛି। ଏହି ସଂକଳ୍ପ ସମାବେଶରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଣାର୍କର ମୁଣ୍ଡି ମାରିଥିବା ଧର୍ମପଦ ଓ ପାଇକ ବିଦ୍ରୋହର ଦାୟଦଙ୍କ ତ୍ୟାଗକୁ ଦୃଷ୍ଟିରେ ରଖି ଶପଥ କରିବାକୁ ଆହ୍ଵାନ ଦେଇଥିଲେ। ଶ୍ରୀ ପ୍ରଧାନ ଏହି ଛଳରେ ଧର୍ମପଦ ଓ ପାଇକଙ୍କ ରାଣ ପକାଇଥିଲେ।  ଶପଥ ନେବା ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସରକାରୀ ବ୍ୟବସ୍ଥା ନୁହେଁ, ସମାଜ ଚାହିଁଲେ ଓଡ଼ିଶାକୁ ଆଗକୁ ନେଇ ପାରିବ ବୋଲି ସୂଚାଇଥିଲେ । ଓଡ଼ିଶାକୁ ଅପପୁଷ୍ଟିରୁ ମୁକ୍ତ କରିବା ନିଜ ଗାଁ ସହରକୁ ସ୍ୱଚ୍ଛ ଓ ପରିସ୍କାର ରଖିବା, ଖେଳ କୁଦରେ ସକ୍ରିୟ ଅଂଶ ଗ୍ରହଣ କରିବା ପାଇଁ ସମବେତ ଯୁବାବର୍ଗଙ୍କ ସହ ଶପଥ ନେଇଥିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ I

LEAVE A REPLY

Please enter your comment!
Please enter your name here